District

ଅଧ।ରେ ଅଟକିଛି ଡ୍ରେନ ନିର୍ମାଣ

ଅଧାରେ ଅଟକିଛି ଡ୍ରେନ ନିର୍ମାଣ

ଜୟପୁର, ୨/୧/୨୬: ଶେଷ କରା ରାଗଲାନି ଡ୍ରେନ ନିର୍ମାଣ। ଅଧାରେ ଛାଡ଼ି ଦିଆଯାଇଛି। ଏଥିଯୋଗୁ ଡ୍ରେନ୍‌ର ଦୂଷିତ ପାଣି ରାସ୍ତାରେ ଭାସୁଛି। ଜଣେ ବ୍ୟକ୍ତିଙ୍କୁ ଅନୁକମ୍ପା ଦେଖାଇ ଏଭଳି ଅସମ୍ପୂର୍ଣ୍ଣ କାମ କରାଯାଇଛି। ଫଳକରେ କାମ ସମ୍ପୂର୍ଣ ବୋଲି ଦର୍ଶାଯାଇଥିବା କହିଛତି ଲିଙ୍ଗରାଜନଗର ବାସିନ୍ଦା ।

ରାସ୍ତାରେ ଭାସୁଛି ଦୂଷିତ ପାଣି

ପୌରପାଳିକାର ଏଭଳି କାମକୁ ସେମାନେ ନିନ୍ଦା କରିଛନ୍ତି।

ଲିଙ୍ଗରାଜନଗର ବାସିନ୍ଦା କହିଛତି, ପୌରପାଳିକା ପକ୍ଷରୁ ଡ୍ରେନ ଓ ରାସ୍ତା ନିର୍ମାଣ କରାଯାଇଛି। ଏଥିଲାଗି ୧୭ ଲକ୍ଷ ୧୬ ହଜାର ଟଙ୍କା ବ୍ୟୟଅଟକଳ କରାଯାଇଥିଲା। ଏଥିରେ ରାସ୍ତା ଓ ଡ୍ରେନ ନିର୍ମାଣ କରଯାଇଛି । ଗ୍ରେନ୍ ଉପରେ କଂକ୍ରିଟ୍ ପ୍ଲେଟ ପକାଯାଇଛି। ୨୦୨୫ ମାର୍ଚ୍ଚ ୧ ତାରିଖରେ କାମ ଆରମ୍ଭ

ହୋଇ ୪୫ ଦିନ ମଧ୍ୟରେ ଶେଷ ହୋଇଥିବା ସୂଚନା ଫଳକରେ ଉଲ୍ଲେଖ କରାଯାଇଛି। ଅଥଚ ପାର୍କ ନିକଟରେ ଡ୍ରେନ କାମ ଅଧାରେ ଛାଡ଼ିଦିଆଯାଇଛି। ଗୋଟିଏ ସ୍ଥାନରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଯିବାଆସିବାରେ ଯେମିତି ସମସ୍ୟା ନହେବ, ସେଥିଲାଗି ଡ୍ରେନ ମଝିରେ ଜାଗା ଛାଡ଼ିଦିଅଯାଇଛି। ଏହାର ଡ୍ରେନ ପାଣି ନିଷ୍କାସନ ହୋଇନପାରି ରାସାରେ

ଭାସୁଛି। ଜଣେ ବ୍ୟକ୍ତିଙ୍କୁ ଏଭଳି ଅହେତୁକ ଅନୁକମ୍ପା ଦେଖାଯିବା ପଛର କାରଣ କ’ଣ ଏହାର ତଦନ୍ତ ହେବା ଦରକାର। ଡ୍ରେନ କାମ ତୁରନ୍ତ ଶେଷ ହେବା ଦରକାର। ଏ ସଂପର୍କରେ ପୌରଯନ୍ତ୍ରୀ ଅଳୟ ଜାନୀଙ୍କୁ ପଚାରିବାରୁ କହିଛତି, କଲଭର୍ଟ ନିର୍ମାଣ ଲାଗି ହୁଏତ ଜାଗା ଛାଡିଥାଇପାରନ୍ତି। ତଦନ୍ତ କରାଯିବା ପରେ ହିଁ ଏହା ସ୍ପଷ୍ଟ ହେବ। ତା ପରେ ପଦକ୍ଷେପ ନିଆଯିବ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button