ଦୁଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୁ ଆସିଲେ ଫ।ମ୍।ସି ଅଫିସର
ଦୁଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆସିଲେ ଫାର୍ମାସି ଅଫିସର୍……..
କୋରାପୁଟ/ବୋରିଗୁମ୍ମା୨/୧/୨୬: ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଫାର୍ମାସୀ ଅଫିସର୍ ଙ୍କୁ ଡେପୁଟେସନ୍ ରେ ଆଣିବା ପାଇଁ ତତ୍ପରତା ଦେଖାଇଛନ୍ତି କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ ଅଧୂକାରୀ ବୋରିଗୁମ୍ମା ବ୍ଲକ୍ ର ଡେଙ୍ଗପଦର୍ ଏବଂ ବି.ସିଂହପୁର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଜଣେ ଜଣେ ଫାର୍ମାସିଷ୍ଟକୁ ଡେପୁଟେସନ୍ ରେ ବଦଳି ହୋଇଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୂକାରୀ ଡାକ୍ତର ଶ୍ରୀକାନ୍ତ କୁମାର ଶତପଥୀ ଙ୍କ ଆପ୍ରାଣ ପ୍ରଚେଷ୍ଟା ରେ ଏହି ବଦଳି ହୋଇଥିବା ସୂଚନା ମିଳିଛି। ବିଭିନ୍ନ ରାଜନୈତିକ କର୍ମୀ, ଗ୍ରାମବାସୀଙ୍କ ଦାବି କୁ ଆଖ୍ ଆଗରେ ରଖୂ ଆଗାମୀ ଦିନରେ ବ୍ଲକ୍ର ଅନ୍ୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ମଧ୍ଯ ଖାଲି ପଡ଼ିଥିବା ଫାର୍ମାସିଷ୍ଟ ପଦ କୁ ପୂରଣ କରାଯିବା ନେଇ ସୂଚନା ଦେଇଛନ୍ତି ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୂକାରୀ ଡାକ୍ତର ଶ୍ରୀକାନ୍ତ କୁମାର ଶତପଥୀ। ସୂଚନା ଅନୁଯାୟୀ ବ୍ଲକ୍ ରେ କାର୍ଯ୍ୟରତ ସମସ୍ତ ଛଅ ଜଣ ଫାର୍ମାସିଷ୍ଟ ନିଜ ନିଜ ର ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇ ଚାଲିଯାଇଛନ୍ତି। ଯାହା ଫଳରେ ଦୀର୍ଘଦିନ ହେଲା ଫାର୍ମାସିଷ୍ଟ ପଦ ଖାଲି ପଡ଼ିଛି। ବାଧ୍ୟହୋଇ ସ୍ବାସ୍ଥ୍ୟ କର୍ମୀ ଏବଂ ନର୍ସ ମାନେ ରୋଗୀଙ୍କୁ ଔଷଧ ବିତରଣ କରୁଛନ୍ତି। ଖାଲି ପଡ଼ିଥ୍ବା ଅନ୍ୟ ଚାରି ଗୋଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କେବେ ଫାର୍ମାସି ଅଫିସର୍ ପଦବୀ ପୂରଣ ହେବ ତାହା ଦେଖୁବାକୁ ବାକି ରହିଲା। ଏ ନେଇ କୋରାପୁଟ ସମେତ ବିଭିନ୍ନ ଗଣ ମାଧ୍ୟମ ରେ ପୂର୍ବରୁ ବହୁବାର ଖବର ପ୍ରକାଶ ପାଇଥିଲା ।

