District
ସପ୍ତମ ବ।ଟ।ଲିଅନ୍ ନିମନ୍ତେ ଜମି ଚିହ୍ନଟ
ସପ୍ତମ ବାଟାଲିଅନ୍ ନିମନ୍ତେ ଜମି ଚିହ୍ନଟ
ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ପ୍ରମୁଖ ପହଞ୍ଚି ଚିହ୍ନଟ ଜମି ବୁଲି ଦେଖିଥିଲେ। ଏହି ସମୟରେ ତହସିଲଦାର ଚନ୍ଦ୍ରଦାଶ ମହାନନ୍ଦିଆ,

ନବରଙ୍ଗପୁର,୧/୧/୨୬ : ନବରଙ୍ଗପୁର ଜିଲ୍ଲାରେ ସ୍ଥାପନ ହେବ ପୁଲିସ ସଶସ୍ତ୍ର ବାହିନୀର ୭ମ ବାଟାଲିଅନ୍ ଏଥିପାଇଁ ଜମି ଖୋଜା ଆରମ୍ଭହୋଇଥିଲା। ନବରଙ୍ଗପୁର ଏସପି ମଡକର ସନ୍ଦୀପ ସମ୍ପତ୍ ନନ୍ଦାହାଣ୍ଡି ତହସିଲର ସିନ୍ଧିଗୁଡ଼ା ଆରଆଇ ସର୍କଲର ପଡ଼ାଲଗୁଡ଼ା ଅଞ୍ଚଳରେ ସରକାରୀ ଜମିର ସରଜମିନ୍ ଦେଖିଥିଲେ। ଆଜି ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲାପାଳ ଡ.ମହେଶ୍ଵର ସ୍ଵାଇଁ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ
ଆରଆଇ ଭି.ଭି ରାଜୁ, ଅମିନ ଲୋକେଶ ମଣ୍ଡଳ ଉପସ୍ଥିତ ଥିଲେ। ୫୦ ଏକର ଜମିରେ ଏହି ବାଟାଲିଅନ୍ ସ୍ଥାପନ ହେବ ବୋଲି ସୂଚନା ମିଳିଛି।

