District

ଚୋର ଙ୍କ ଠ।ରୁ ଚୋରୀ ସୁନ। କିଣିଥିବ।ଅଭିଯୋଗ ରେ ସୁରିୟା ହଲମ।କ୍ ର ମ।ଲିକ ଅଶୋକ ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ଅଟକ

ଚୋରଙ୍କ ଠାରୁ ଚୋରି ସୁନା କିଣିଥିବା ଅଭିଯୋଗରେ ସୁରିୟା ହଲମାର୍କର ମାଲିକ ଅଶୋକ ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ଅଟକ

ପାରଳାଖେମୁଣ୍ଡି:୧/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଚୋର ମାନଙ୍କ ଠାରୁ ଚୋରା ସୁନାକୁ ନାମକୁ ମାତ୍ର ଦରରେ କିଣି ମାଲାମାଲ ସାଜିଥିବା ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀ ପୋଲିସ ହାବୁଡ଼ରେ ପଡି ହରଡ଼ଘଣାରେ ଫସିଥିବା ସୂଚନା ମିଳିଛି. ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାରଳାଖେମୁଣ୍ଡି ସହରର ପ୍ରତିଷ୍ଠିତ ସୁରିୟା ହଲ ମାର୍କର ମାଲିକ ଅଶୋକ ବର୍ତ୍ତମାନ ପାରଳାଖେମୁଣ୍ଡି ଥାନା ପୋଲିସ ଦ୍ୱାରା ଅଟକ ହୋଇ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି. ଗତ କିଛିଦିନ ଧରି ପାରଳାଖେମୁଣ୍ଡି ସହରରେ ବିଭିନ୍ନ ଚୋରି ମାମଲା ଲାଗି ରହିଛି. ଘରେ ତାଲାପଡିଲା ଚୋରମାନେ ଚୋର କଳାକନା ବୁଲାଉଛନ୍ତି. ଏହି ଚୋରମାନଙ୍କୁ ସହାୟତା କରୁଛନ୍ତି ପାରଳାଖେମୁଣ୍ଡି ସହରର କିଛି ପ୍ରତିଷ୍ଠିତ ସୁନା ବ୍ୟବସାୟୀ | ଘରେ ପଶି ଚୋରମାନେ ସୁନା ଅଳଙ୍କାର ଚୋରାଇ ଆଣିବା ପରେ ଏଭଳି ଅସାଧୁ ସୁନା ବ୍ୟବସାୟୀମାନେ କମ୍ ଦାମରେ ସେମାନଙ୍କ ଠାରୁ ଚୋରା ସୁନା କ୍ରୟ କରି ରାତାରାତି କୋଟିପତି ହେଉଛନ୍ତି ।ଏପରି କିଛି ଘଟଣାର ଖୋଳତାଡ କରିବା ପରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ୍ ଏହି ପ୍ରତିଷ୍ଠିତ ସୁନା ବ୍ୟବସାୟୀ ଅଶୋକଙ୍କୁ ପାରଳାଖେମୁଣ୍ଡି ପୁଲିସ ଉଠାଇ ଆଣି ତଦନ୍ତ ଜାରି ରଖିଛନ୍ତି.

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button