District

ଗଜପତି ଜିଲ୍ଲାର ଗ୍ର। ହକ ଅଧିକାର କମିଟ ପକ୍ଷରୁ ଜ।ତୀୟ ଖ।ଉଟି ଦିବସ ପାଳିତ

ଗଜପତି ଜିଲ୍ଲା ଗ୍ରାହକ ଅଧିକାର କମିଟି ପକ୍ଷରୁ ଜାତୀୟ ଖାଉଟି ଦିବସ ପାଳିତ

ପାରଳାଖେମୁଣ୍ଡି:୨୭/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂଆଁ ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ଜାତୀୟ ଖାଉଟି ଦିବସ ଅବସରରେ ଗ୍ରାହକ ଅଧିକାର କମିଟି ଗଜପତି ପକ୍ଷରୁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୯୮୬ ମସିହା ଡ଼ିସେମ୍ବର ୨୪ ତାରିଖ ଆଜିର ଦିନରେ ଗ୍ରାହକ ସୁରକ୍ଷା ଆଇନ୍,୧୯୮୬ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା, ଯାହା ଗ୍ରାହକ ବା ଖାଉଟି ଙ୍କ ପାଇଁ ଏକ ବ୍ୟାପକ ଅଧିକାର ସ୍ଥାପନ କରିଥିଲା। ଗଜପତି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଗ୍ରାହକ ଅଧିକାରର ଗୁରୁତ୍ୱ ଏବଂ ସୁରକ୍ଷା ବାବଦରେ ବ୍ୟାପକ ସଚେତନତାର ଆବଶ୍ୟକ ରହିଛି।ଏହି ପରିପ୍ରେକ୍ଷୀରେ ଗଜପତି ଗ୍ରାହକ ଅଧିକାର ସୁରକ୍ଷା କମିଟିର
ସମ୍ପାଦିକା ତନୁଜା ଶତପଥୀ, ସଭାପତି ରୋକମ ଲୋକନାଥ, ଶିଶିର କୁମାର ଭଞ୍ଜ ସାମନ୍ତ, ଶିବାଶିଷ ପଟନାୟକ,ମୁଚି ବାଙ୍ଗାରି ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ଲିଫଲେଟ ବାଣ୍ଟିବା ସହ ପ୍ରତୈକ ନାଗରିକ ଦୈନନ୍ଦିନ ଜୀବନରେ ଟଙ୍କା ବିନିଯୋଗ କରି କ୍ରୟ କରିବା ବେଳେ ଉନ୍ନତ ମାନର ସେବା ଓ ଜିନିଷ କିଭଳି ପାଇବେ ତା ସହିତ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ରେ ଠକାମୀର ଶିକାର ହେଲେ କିଭଳି ଖାଉଟି ଅଦାଲତ ର ଆଶ୍ରୟ ନେବେ ସେ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜିର ଦିନରେ ଜିଲ୍ଲା ପ୍ରଶାସନ ତରଫରୁ କୌଣସି କାର୍ଯ୍ୟକ୍ରମ ହାତକୁ ନିଆଯାଇ ନାହିଁ। ଏ ସମ୍ପର୍କରେ ଗ୍ରାହକ ଅଧିକାର ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପଚରାଯିବା ପରେ ଜାତୀୟ ଖାଉଟି ଦିବସ ବିଷୟରେ ଅବଗତ ନଥିବା କହିଥିଲେ।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button