District

,ପାରଳାଖେମୁଣ୍ଡି ସହରରେ ୧୫ଗୋଟି ଘରୁ ପ।ଇପ୍ ମଟର ଚୋରୀ

ପାରଳାଖେମୁଣ୍ଡି ସହରର ୧୫ ଗୋଟି ଘରୁ ପାଇପ ମିଟର ଚୋରି

ପାରଳାଖେମୁଣ୍ଡି:୨୬/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ପାଇପ୍ ପାଣି ମିଟର ଗୁଡ଼ିକୁ କୌଣସି ଦୁର୍ବୃତ୍ତମାନେ ଚୋରାଇ ନେଇଥିବା ଅଭିଯୋଗ ହୋଇଛି। ଏହି ସାହିର ୧୫ରୁ ଊର୍ଦ୍ଧ୍ବ ଘରରୁ ଏହି ପାଣି ପାଇପ୍ ମିଟର ଚୋରି ହୋଇଥିବା ନେଇ ଜନସ୍ବାସ୍ଥ୍ୟ ବିଭାଗ ସୂଚନା ପାଇବା ପରେ ଦ୍ଵିତୀୟ ଥର ପାଇଁ ପାଇପ୍‌ରେ ମିଟର ଗୁଡ଼ିକୁ ପୁନଃସଂଯୋଗ କରାଯାଇଛି। ଏହି ଘଟଣା ନେଇ ପାରଳା ଥାନାରେ କୌଣସି ଏତଲା ଦିଆଯାଇ ନଥିବା ସୂଚନା ମିଳିଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button