District

ଗଜପତି ଜିଲ୍ଲାର ଜ୍ୟୋସ୍ନା ୱେଟ ଲିଫ୍ଟ ରେ ଜ।ତୀୟ ଓ ……….. ପୁରସ୍କାର ପ।ଇ ମନୋନୀତ

ଗଜପତି ଜିଲ୍ଲା ର ଜ୍ୟୋସ୍ନା ୱେଟଲିଫ୍ଟ ରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଗୌରବ ଜନକ ସଫଳତା ଯୋଗୁଁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପାଇଁ ମନୋନୀତ

ପାରଳାଖେମୁଣ୍ଡି:୨୪/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଜ୍ୟୋସ୍ନା ୱେଟଲିଫ୍ଟ୍ ରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଗୌରବ ଜନକ ସଫଳତା ପାଇଛନ୍ତି. ତେଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି. ଗଜପତି ଜିଲ୍ଲାର ଆଦିବାସୀ ଝିଅ ଜ୍ୟୋସ୍ନା ଶବରଙ୍କ ବୟସ ୧୭ ବର୍ଷ. ତଥାପି ସେ ଭାରୋ ଉତ୍ତୋଳନ ତଥା ୱେଟଲିଫ୍ଟ ରେ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱର ସହ ଗୌରବ ହାସଲ କରିଥିବା ଯୋଗୁଁ ତାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଜ୍ୟୋସ୍ନା ହେଉଛନ୍ତି ଗଜପତି ଜିଲ୍ଲାର ପେକଟ ଗ୍ରାମର କୀର୍ତନ ଶବରଙ୍କ କନ୍ୟା ସନ୍ତାନ ଅଟନ୍ତି ଆସନ୍ତା ୨୬ ତାରିଖରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଚଳିତ ବର୍ଷ ସାରା ଦେଶରୁ କେବଳ ୨୧ ଜଣ ଶିଶୁ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ଜ୍ୟୋସ୍ନା ଏକମାତ୍ର ଓ ଗଜପତି ଜିଲ୍ଲାରୁ ପ୍ରଥମ ଶିଶୁ ଭାବେ ଏହି ସମ୍ମାନ ଲାଭ କରିବାକୁ ଯାଉଛନ୍ତି। ୨୦୧୯ ମସିହାରୁ ସେ ନିୟମିତ ଭାବେ ଭୁବନେଶ୍ବର ସ୍ଥିତ କଳିଙ୍ଗ ଇନଷ୍ଟିଟ୍ୟୁଟ ଓଫ ସୋସିଏଲ ସାଇନ୍ସରେ ରହି ଶିକ୍ଷାଲାଭ ସହ କଳିଙ୍ଗ ଷ୍ଟାଡିୟମରେ ଭାରୋ
ଉତ୍ତୋଳନରେ ପ୍ରଶିକ୍ଷଣ ଗ୍ରହଣ କରିଆସୁଛନ୍ତି । ଜ୍ୟୋସ୍ନାଙ୍କ ଏହି ସଫଳତାରେ ସମଗ୍ର ଗଜପତି ଜିଲ୍ଲାବାସୀ ଏବଂ ଜିଲ୍ଲା ପ୍ରଶାସନ ଗର୍ବିତ ଅନୁଭବ କରିବା ସହ ତାଙ୍କୁ ପ୍ରଶାସନ ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି.

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button