District

ବଡ଼କୋଦଣ୍ଡ। ସରସ୍ଵତୀ ଶିଶୁ ମନ୍ଦିର ର ବ।ଷିକ ଉତ୍ସବ

ବଡ଼କୋଦଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ଭଞ୍ଜନଗର,୨୩/୧୨: ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ଅଷ୍ଟାଦଶ ବାର୍ଷିକ ଉତ୍ସବ ସୋମବାର ପାଳିତ ହୋଇଯାଇଛି। ଅନୁଷ୍ଠାନର ଉପସଭାପତି ରାଜ କିଶୋର ମହାରଣାଙ୍କ ପୌରାହିତ୍ୟରେ ଆୟୋଜିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅନୁପମ ବାନାର୍ଜୀ, ମୁଖ୍ୟବକ୍ତା ରୂପେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘର ବାଲ୍ ପ୍ରମୂଖ ଶିବରାମ ପ୍ରଧାନ , ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ଜବାହାର ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ଦାଶ, ବଡକୋଦଣ୍ଡାସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁଖ୍ୟ ଶାଖା ପରିଚାଳକ ଆଶୁତୋଷ ନାୟକ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ତଥା ଉପସ୍ଥିତ ଅଭିଭାବ,ଗ୍ରାମବାସୀଙ୍କୁ ଉଦବୋଧନ ଦେବା ସହ ଉତ୍ସାହିତ କରିଥିଲେ କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ଜେନା ପରିଚାଳନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂପାଦକ ବିନାୟକ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗୀତା,କ୍ରୀଡା,ନୃତ୍ୟ ଆଦିର କୃତୀ ଛାତ୍ର ଛାତ୍ରୀଙ୍କୁ ଏହି ଅବସରରେ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ସହ ସଂପାଦକ ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button