ଗଜପତି ଜିଲ୍ଲାର ପ୍ରସିଦ୍ଧ ଖସଡ। ଜଳପ୍ରପାତ ପର୍ଯଟନ ସ୍ଥଳୀ ……..
ଗଜପତି ଜିଲ୍ଲା ର ପ୍ରସିଦ୍ଧ ଖସଡ଼ା ଜଳ ପ୍ରପାତ ପର୍ଯ୍ୟଟନ ସ୍ଥଳୀକୁ ଆବର୍ଜନା ମୁକ୍ତ ପାଇଁ ଅଣ୍ଟା ଭିଡ଼ିଲେ ପ୍ରଶାସନିକ ଅଧିକାରୀ ଓ ସମାଜସେବୀ
ପାରଳାଖେମୁଣ୍ଡି:୨୨/୧୨(ଗରୁଡ଼ ଧ୍ଵଜ ଚୌଧୁରୀଗଜପତି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଖସଡ଼ା ଜଳ ପ୍ରପାତ ପର୍ଯ୍ୟଟନ
ସ୍ଥଳୀକୁ ଆବର୍ଜନା ମୁକ୍ତ ପାଇଁ ଅଣ୍ଟା ଭିଡ଼ିଲେ ପ୍ରଶାସନିକ ଅଧିକାରୀ ଓ ସମାଜସେବୀମାନେ. ନୂଆବର୍ଷ ବର୍ତ୍ତମାନର ଶୀତ ଋତୁରେ ଏବଂ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ପର୍ଯଟନ ସ୍ଥାନରେ ପର୍ଯ୍ୟଟକମାନଙ୍କ ସମାଗମ ଦେଖିବାକୁ ମିଳୁଛି । ସବୁ ସ୍ଥାନରେ ଭୋଜିଭାତର ଆସର ଜମୁଥିବାରୁ ଦର୍ଶନୀୟ ସ୍ଥାନ ସବୁ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଯାଉଛି। ସେହି ସବୁ ଅଞ୍ଚଳ କିପରି ସଫେଇ କରାଯିବ ଏବଂ ତାକୁ ଲୋକଲୋଚନକୁ ଅଣାଯାଇ ଲୋକଙ୍କ ମନରେ ପରିବେଶ ସ୍ବଚ୍ଛତାକୁ ନେଇ ଏକ ଆନ୍ଦୋଳନ ସୃଷ୍ଟି କରାଯାଇପାରିବ, ସେହି କଥା ଚିନ୍ତା କରି ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ଡାକରା କ୍ରମେ ବିଭିନ୍ନ ବିଭାଗ ତଥା ବିଭିନ୍ନ ଅନୁଷ୍ଠାନର ସମାଜସେବୀ ଆଗେଇ ଆସି ଖସଡ଼ା ଜଳପ୍ରପାତକୁ ସଫା କରିଛନ୍ତି ।ପୂର୍ବ ଯୋଜନା ମୁତାବକ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସହାୟତାରେ ଭୁବନେଶ୍ବର ସ୍ଥିତ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର, ଆଇଆରମ୍ଭରେ କାର୍ଯ୍ୟରତ ମନୋରଞ୍ଜନ ବେହେରା, ସମାଜସେବୀ ମନୋଜ ମିଶ୍ର, ଗଜପତି ଜିଲ୍ଲାର ଖଣି ଅଧିକାରୀ ଦିପେନ ପରିଡ଼ା, କନିଷ୍ଠ ଖଣି ଅଧିକାରୀ ବିଶ୍ବଜିତ କୁମାର ମହନ୍ତ, ଇନ୍ସପେକ୍ଟର ବସନ୍ତ ସେଠୀ, ସବ୍ଇନ୍ସପେକ୍ଟର ସୁନୀଲ କୁମାର ସେଠୀ, ଏସ୍. ରବି, ମାଧବ ସାସମଲ, ଶିବ ବେହେରା, ପି.ଗଣେଶ ରେଡ୍ଡୀ, ମୋହନ ବେହେରା, ଦୟାନିଧି ସାହୁ, ବି. ସାତେୟା, ସନାତନ ମହାରଣା, ପାରଳାଖେମୁଣ୍ଡି ଅଖିଳ ଭାରତୀୟ ଯୁବାଜନ ସେବା ସମିତିର ମୁଖ୍ୟ କୁମାର ରେଡ୍ଡୀ ତଥା ଗାୟତ୍ରୀ ପରିବାରର ସନ୍ତୋଷ ଗନ୍ତାୟତ ପ୍ରମୁଖଙ୍କ ଉପସ୍ଥିତିରେ ବିଭିନ୍ନ ଅଞ୍ଚଳର ସ୍ବେଚ୍ଛାସେବୀ ଖସଡ଼ା ଜଳପ୍ରପାତ ନିକଟରେ ଏକାଠି ହୋଇ ଏହି ସଫେଇ କରିଥିଲେ