ଗଜପତି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ର ଗିରି ରୁ ଫେରୁଥିବ। ବେଳେ ୨ଟି ଭ୍ଯାନ ଓଲଟିଲ। ୨୦ରୁ ଅଧିକ ପର୍ଯ୍ୟଟକ ଆହତ
ଗଜପତି ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହେନ୍ଦ୍ରଗିରିରୁ ଫେରୁଥିବା ବେଳେ ୨ଟି ଭ୍ୟାନ ଓଲଟିଲା ୨୦ରୁ ଅଧିକ ପର୍ଯ୍ୟଟକ ଆହତ
ପାରଳାଖେମୁଣ୍ଡି;୨୧/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହେନ୍ଦ୍ରଗିରିରୁ ଫେରୁଥିବା ବେଳେ ୨ ଗୋଟି ପର୍ଯଟକଙ୍କ ଭ୍ୟାନ ଭରସାମ୍ୟ ହରାଇ ଆଜି ଅପରାହ୍ନରେ ଓଲଟି ପଡିଛି ଓ ଏହି ଘଟଣାରେ ୨୦ ରୁ ଉର୍ଦ୍ଧ ପର୍ଯ୍ୟଟକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି. ମହେନ୍ଦ୍ରଗିରି ଦର୍ଶନ ସାରି ଢେଙ୍କାନାଳରୁ ଗୋଟିଏ ଏବଂ କଟକରୁ ଗୋଟିଏ ୨ ଗୋଟି ଭ୍ୟାନ ଘାଟି ରାସ୍ତାରୁ ଫେରୁଥିବା ବେଳେ ଭରସାମ୍ୟ ହରାଇ ଓଲଟି ପଡିଥିଲା.ଗୋଟିଏ ଭ୍ୟାନ ରାସ୍ତା କଡ଼ରେ ଓଲଟି ପଡ଼ିଥିବା ବେଳେ ଅନ୍ୟ ଭ୍ୟାନଟି ଘାଟି ତଳକୁ ଖସି ପଡିଥିଲା. ୨ ଗୋଟି ଭ୍ୟାନରେ ୩୨ ଜଣ ପର୍ଯ୍ୟଟକ ରହିଥିଲେ. ଏମାନଙ୍କ ମଧ୍ୟରୁ ୨୦ ରୁ ଉର୍ଦ୍ଧ ପର୍ଯଟକ ସାମାନ୍ୟ ଆହତ ହୋଇଥିବା ଖବର ମିଳିଛି. ଗାରବନ୍ଧ ଥାନା ଆଇଆଇସି ପ୍ରଶାନ୍ତ କୁମାର ନିଶିକଙ୍କ ନେତୃତ୍ୱରେ ପୋଲିସଟିମ, ଅଞ୍ଚଳବାସୀ ଓ ଅନ୍ୟ କେତେକ ପର୍ଯ୍ୟଟକଙ୍କ ସହାୟତାରେ ସମସ୍ତ ପର୍ଯ୍ୟଟକ ନିଜ ନିଜ ଅଞ୍ଚଳକୁ ଫେରିଥିବା ସୂଚନା ମିଳିଛି ।