ଓଡିଶ। ସରସ୍ଵତୀ ବିଦ୍ୟାମନ୍ଦିର ତରଫରୁ ୩୦ତମ ବ।ଷିକ ଉତ୍ସବ ୨୦୨୫ ପ।ଳିତ
ଖାମାର ,ପାଳଲହଡା (20.12.2025)- ଓଡ଼ିଶ। ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ୩୦ତମ ବାର୍ଷିକ ଉତ୍ସବ ୨୦୨୫ ପାଳିତ।

ଆଜି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଓଡ଼ିଶ। ତରଫରୁ ୩୦ତମ ବାର୍ଷିକ ଉତ୍ସବ ୨୦୨୫ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମଙ୍ଗଳୁ ସାହୁଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର ସମ୍ପାଦକ ବ୍ରହ୍ମାନନ୍ଦ ବେହେରାଙ୍କ ତତ୍ତ୍ଵାବଧାନରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ପ୍ରାରମ୍ଭରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 700 ଅଧିକ ଛାତ୍ରଛତ୍ରୀମାନଙ୍କୁ ନେଇ ପାଠ୍ୟକ୍ରମ ସହିତ ବାର୍ଷିକ ଉତ୍ସବରେ କ୍ରୀଡା, ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ କଳା ରେ ଦର୍ଶକ ଓ ଅଭିଭାବକ ବିଭୋର ହୋଇଯାଇଥିଲେ। ଏହି ଉତ୍ସବରେ ପାଳଲହଡା ବିଧାୟକ ଶ୍ରଯୁକ୍ତ ଅଶୋକ ମହାନ୍ତି ମୁଖ୍ୟ ଅତଥି,ଶିକ୍ଷା ବିକାଶ ସମିତି ର ସଂପାଦକ ସନ୍ତୋଷ କୁମାର ପୁଷ୍ଟି ମୁଖ୍ୟବକ୍ତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କ୍ରୀଡ଼ାବିତ୍ ଅଭିମନ୍ୟୁ ବିଶ୍ଵାଳ ଓ ବିଦ୍ୟାମନ୍ଦିର ସଭାପତି ଶ୍ରୀଯୁକ୍ତ ଅବନୀ ଭୂଷଣ ପ୍ରଧାନ ଯୋଗ ଦେଇଥିଲେ ।
ପାଳଲହଡା ରୁ ସୁମନ୍ତ କୁମାର ପ୍ରଧାନଙ୍କ ରିପୋର୍ଟ .