District

ଗଜପତି ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିକ୍ଷ। ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

ଗଜପତି ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ।

ପାରଳାଖେମୁଣ୍ଡି:୧୯/୧୨(ଗରୁଡ଼ ଧ୍ଵଜ 6ଚୌଧୁରୀ)
ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଗଣ୍ଡାହାତୀ ଠାରେ ଏକାଦଶତମ ଜିଲ୍ଲା ଜୁନିଅର ରେଡକ୍ରସ ର ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଜିଲ୍ଲା ଜୁନିଅର ରେଡକ୍ରସ ଉପ-ସଭାପତି ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ.ଗିରିଧାରୀଙ୍କ ଅଧ୍ୟକ୍ଷତାରେ ରେ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ,ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ବିଶିଷ୍ଟ ଅତିଥି ରୂପେ ମନୋଜ କୁମାର ବେହେରା, ମୁଖ୍ୟବକ୍ତା, ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ, ସମ୍ମାନିତ ଅତିଥି ରୂପେ ସରକାରୀ ଉଚ୍ଚ ବିଦ୍ୟାଳୟ ବାପୁଜୀ ପେଣ୍ଠ ର ପ୍ରଫୁଲ୍ଲ ବରାଡ଼, ଗଣ୍ଡାହାତୀ ବିଦ୍ୟାଳୟର ସହକାରୀ ଶିକ୍ଷକ ହେମନ୍ତ ପାଇଲ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଅଶୋକ ଦଳାଇ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ସମ୍ପାଦକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର, ଜିଲ୍ଲା ଜୁନିଅର ରେଡକ୍ରସ ସହ-ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ, ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ସଂଜୀବ କୁମାର ଦାସ,ଜିଲ୍ଲା ସମ୍ବଳସାଧନ କର୍ମୀ ମୁକ୍ତିକାନ୍ତ ମଲ୍ଲିକ୍ , ରାୟଗଡ ବ୍ଲକ ସଂଯୋଜକ ଶ୍ରୀ ନୀତେଶ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଶିବିର ରେ ୪୫୦ ଜଣ ଜୁନିଅର ଏବଂ ୧୭୦ ଜଣ ପରାମର୍ଶ ଦାତା ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ବିଦ୍ୟାଳୟ ରେ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିର କୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରିଚାଳନା କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button