District

ଉମରକୋଟ ଓ ରାଇଘର ରେ ଖରିଫ ଧ।ନ ମଣ୍ଡି ଉଦ୍‌ଘାଟନ ସମ।ରେ।ହ ୨୦୨୫-୨୬

ଉମରକୋଟ ଓ ରାଇଘର ରେ ଖରିଫ ଧାନ ମଣ୍ଡି ଉଦ୍ଘାଟନ ସମାରୋହ ୨୦୨୫-୨୬

ନିୟନ୍ତ୍ରୀତ ବଜାର କମିଟି, ନବରଙ୍ଗପୁର

ଉମରକୋଟ, ୧୮/୧୨

ନବରଙ୍ଗପୁର ଜିଲ୍ଲାର ଉମରକୋଟ ଏବଂ ରାଇଘର ବ୍ଲକ୍ ରେ ଆଜି ଶୁଭାରମ୍ଭ କରାଯାଇଛି ଖରିଫ ଧାନ ମଣ୍ଡି ୨୦୨୫-୨୬ । ଉମରକୋଟ ବ୍ଲକ୍ ର ଉପ ବଜାର ପ୍ରାଙ୍ଗଣରେ ଓ ରାଇଘର ରେ ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଚାଷୀ କରିଥିବା ପରିଶ୍ରମର ଫସଲ ଆଜି ମଣ୍ଡିରେ ଆସି ପହଞ୍ଚିଛି। ଧାନ ସଂଗ୍ରହ ପ୍ରକ୍ରିୟା ତଥା ଖରିଫ ଋତୁ ଧାନ ଆଜିଠାରୁ କିଣାଯିବ। ବିଜେପି ସରକାର ଦେଇଥିବା କଥା ଅନୁସାରେ ଚାଷୀମାନଙ୍କୁ ଉଚିତ୍‌ ମୂଲ୍ୟର ଇନପୁଟ ସହାୟତା ଗାଶି ସହିତ ୩୧୦୦ ଟଙ୍କା ପ୍ରଦାନ କରା‌ଯିବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟା ଗଣ୍ତା ତଥା ମନ୍ତ୍ରୀ କହିଥିଲେ ଯେ ମଣ୍ଡିରେ ଯେପରି ଚାଷୀମାନେ କୌଣସି କଟନୀ ଛଟନୀର ଶିକାର ନ ହେବେ ତଥା ଦଲାଲ ମାନଙ୍କ ଠକାମିର ଶିକାର ନ ହୁଅନ୍ତୁ ଏବଂ କୌଣସି ପ୍ରକାରର ଅସୁବିଧା ସାମ୍ନା ନ କରିବେ ସେଥ‌ିପାଇଁ ମଣ୍ଡି ନୋଡ଼ାଲ ଅଧିକାରୀ, ସୁପରଭାଇଜର, ଜିଲ୍ଲା ଅଧିକାରୀ ସଜାଗ ରହିଛନ୍ତି । ଏହା ସହ ଚାଷୀଙ୍କ ଅଭିଯୋଗ ପାଇଁ କଣ୍ଟ୍ରୋଲ ରୁମ୍ ଓ ୧୯୬୭ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି ।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button