District

ସେମିଳିଗୁଡା ଜାତୀୟ ରଜପଥ ଉନ୍ନତି କରଣ ପ।ଇ ଶୁଭ ଦେଲେ ଜୀବନ ଜ୍ୟୋତି ସ୍କୁଲ ସ।ମନ।ରେ

ସେମିଳିଗୁଡ଼ା ଜାତୀୟ ରାଜପଥ ଉନ୍ନତିକରଣ ପାଇଁ ଶୁଭ ଦେଲେ ଜୀବନ ଜ୍ଯୋତି ସ୍କୁଲ ସମୁଖରେ।

(ଓଡିଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟ ଦିଲ୍ଲୀପ ଖରା ସେମିଳିଗୁଡା)କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଜାତୀୟ ରାଜପଥ ଉନ୍ନ‌ତୀକରଣ ପାଇଁ କୋରାପୁଟ ବିଧାୟକ ରଘୁ ରାମ ମାଛ ସୋମବାର ଶୁଭ ଦେଇଥିଲେ। ବହୁତ୍ ଦିନ ବିଳମ୍ବ ପରେ ରାସ୍ତା କାମ ଚାଲିବା ପାଇଁ ସବୁଜ ସାଙ୍କେତ ଆସିବା ପରେ କାମ ଆରମ୍ଭ ହେବାକୁ ଯାଉଚି ବୋଲି ବିଧାୟକ ରଘୁରାମ ମାଛ ସୂଚନା ଦେଇଥିଲେ | ଜାତୀୟ ରାଜପଥ ଉନ୍ନତୀକରଣ ନିମନ୍ତେ ମଞ୍ଜୁର ହେଇଥିବା ପାଣ୍ଠି ଫେରିଥିବା ବେଳେ ପୁଣି ମଞ୍ଜୁରୀ କରି କାମ ଆରମ୍ଭ କରୁଛୁ, ଆଉ କାମ ଠିକ୍ ସମୟରେ ସମ୍ପୂର୍ଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ସେମିଳିଗୁଡାବାସୀଙ୍କ ସ୍ଵପ୍ନ ପୂରଣ ହେବା ଆଶା କରୁଛି ବୋଲି ବିଧାୟକ ମାଛ କହିଥିଲେ। କାର୍ଯକ୍ରମରେବିଜେପି ନେତା ସୁମନ୍ତ ପ୍ରଧାନ ଜୟରାମ ଗରଡ଼ା,ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ଆଇଟି ସେଲର ବଦ୍ରି ନାରାୟଣ ପାତ୍ର, ଅଶ୍ଵିନୀ କୁମାର୍ ଜେନା, ସୁନାବେଡ଼ା ନଗର ସଭାପତି ଟୁନା କରା, ଗୋବିନ୍ଦ କଣ୍ଟା ଯୁବ ମୋର୍ଚ୍ଚା ସଭାପତି ଉମା ଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ।ପ୍ରକାଶ ଯୋଗ୍ୟ, ଜିଲ୍ଲାର ସେମିଳିଗୁଡାରେ ସହରରେ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯାଇ ଦାମନଯୋଡ଼ ଛକଠାରୁ ଓ ସିସିନଗର ପର୍ଯ୍ୟନ୍ତ ଡବଲ୍ ରୋଡ ନିର୍ମାଣ କରି ଡିଭାଇଡର ଦେଇ ରାସ୍ତା ଉନ୍ନତି କରିବା ପାଇଁ ୫ କୋଟି ଟଙ୍କା ଅର୍ଥ ମଞ୍ଜୁର ହେଇଛି।ସେଥିପାଇଁ ଜାତୀୟ ରାଜପଥର ଉଭୟ ପାର୍ଶ୍ଵର୍ରେ ଥିବା ଗଛ କରାଯାଇଛି। ସେହିପରିସୁନାବେଡ଼ା ଜନସ୍ବାସ୍ଥ୍ୟ ବିଭାଗ ଦ୍ବାରା ନୂଆ ପାଣି ପାଇପ୍ ସଂଯୋଗ ଓ ପୌର ପରିଷଦ ଓ ଜାତୀୟ ରାଜପଥ ଦ୍ବାରା ଡ୍ରେନ ନିର୍ମାଣ କାମ ଆରମ୍ଭ କରିଥିଲେ | ଡ୍ରେନ ନିର୍ମାଣ ପାଇଁ ରାସ୍ତା ଖୋଳି ଦିଆଗଲା I କିନ୍ତୁ ମାସ ମାସ ଧରି କାମ ଶେଷ ହୋଇ ନଥିବାରୁ ଲୋକେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିପଜ୍ଜନକ ଅବସ୍ଥାରେ ଖାଲଖମା ଅତିକ୍ରମକରିବା ପାଇଁ ପଡୁଥିଲା । ଗତ ତିନି ବର୍ଷ ହେଲା ଉନ୍ନତିକରଣ କାମ ପଡ଼ି ରହିଛି | କୋରାପୁଟ ବିଧାୟକ ରଘୁରାମ ମାଛ ଓ ସୁନାବେଡ଼ା ପୌର ପରିଷଦ ଅଧ୍ଯକ୍ଷ ରାଜେନ୍ଦ୍ର କୁମାର୍ ପାତ୍ର ଓ ସହରବାସୀ ବାରମ୍ବାର ଅଭିଯୋଗ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷର ଉନ୍ନତିକରଣ କାମ ଆରମ୍ଭକରିବାକୁ ବିଭାଗ ଅଧିକାରୀମାନେ ଆଦେଶ ଜାରି କରିଛନ୍ତି। ଉନ୍ନତିକରଣ।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button