ପାରିଶ୍ରମିକ ତୁଳନ।ରେ ମିଳୁନ।ହିଁ ମୂଲ୍ଯ
ପାରିଶ୍ରମିକ ତୁଲନାରେ ମଳୁନ।ହିଁ ମୂଲ୍ଯ ,ଝରିଗ।ଅଁ।
ନବରଙ୍ଗପୁର ଜିଲ୍ଲା ଜଙ୍ଗଲ ପର୍ବତ ପାହାଡ଼ ଘେରା ଆଦିବାସୀ ବହୁଳ ଅଞ୍ଚଳ ଭାବେ ପରିଚିତ । ଏଠାକାର ଲୋକେ ମୁଖ୍ୟତଃ ନିଜର ଜୀବନ ଜୀବିକା ଅନେକ ସମୟରେ ଜଙ୍ଗଲ ଦ୍ରବ୍ୟ ଓ ଚାଷ ଉପରେ ନିର୍ଭର କରନ୍ତି । ଜିଲ୍ଲାରେ ମୁଖ୍ୟ ଫସଲ ଭାବେ ମକା ଚାଷ ହେଉଥିବାବେଳେ ମକା ଉତ୍ପାଦନ କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ଏସିଆ ମହାଦେଶର ନିଜର ସୁନାମ ଅର୍ଜନ କରିଛି । କିନ୍ତୁ ପରିତାପର ବିଷୟ ଜିଲ୍ଲାର କୌଣସି ଜାଗାରେ ମକ। ମଣ୍ଡି ବ୍ୟବସ୍ଥା ନଥୁବାରୁ କମ୍ ଦରରେ ବିକ୍ରୀ କରି ଚାଷୀ କ୍ଷତି ସହୁଛନ୍ତି । ଜିଲ୍ଲାର ଅନେକ ସ୍ଥାନରେ ତତ୍କାଳୀନ ସରକାରଙ୍କ
ସମୟରେ ବିକ୍ରୀ ବ୍ୟବସ୍ଥା ପାଇଁ ଅଞ୍ଚଳର ଚାଷୀଙ୍କୁ ପ୍ରତିଶ୍ରୁତି ମିଳିଥିଲେ ହିଁ ଆଜି ପର୍ଯ୍ୟନ୍ତ ବିକ୍ରୀ ବ୍ୟବସ୍ଥାର ଦେଖା ନାହିଁ । ଶାସନ କ୍ଷମତାରେ ଥିବା ସରକାର ମଧ୍ୟ ମକା ଚାଷୀଙ୍କ ପ୍ରତି ବରଦ ନାହିଁ ବୋଲି ଚାଷୀମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜିଲ୍ଲାରେ ୧୦ଟି ବ୍ଲକ ମଧ୍ୟରେ ଉପାନ୍ତ ବ୍ଲକ ଝରିଗାଁ ଅଞ୍ଚଳରେ ଚଳିତ ବର୍ଷ ମକାଚାଷ ୮ହଜାର ହେକ୍ଟର ଚାଷ ହୋଇଥିବା ଅନୁମାନ କରାଯାଇଛି । ଅଞ୍ଚଳର ଅନେକ ମକା ଚାଷୀଙ୍କୁ ଚାଷ ପୂର୍ବରୁ ସ୍ଥାନୀୟ ବ୍ୟବସାୟୀମାନେ ଭୂତେଇ ସାର, ବିହନ ଲଗାଣି ହିସାବରେ ଦେଇ ଚାଷ ଅମଳ ସାରିବା ପରେ କମ୍ ଦରରେ କିଣି ନେଉଛନ୍ତି । ଫଳରେ ଚାଷୀ
ନିଜର କଷ୍ଟଉପାର୍ଜିତ ଚାଷକୁ ଶାଗ ମାଛ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି । ସ୍ଥାନୀୟ ବ୍ୟବସାୟୀ କମ୍ ଦରରେ କିଣି ମୁନାଫା କ-ମେଇବା ଆଶାରେ ବାହାର ରାଜ୍ୟକୁ ଚାଳାଣ କରୁଥିବା ଜଣା -ପଡ଼ିଛି । ବାହାର ରାଜ୍ୟର ଦଲାଲ-ମାନେ ଅଞ୍ଚଳକୁ ଟୁକ ପଠେଇ ବିନା ପରମିଟ ବା କୌଣସି କାଗଜପତ୍ର ନଥୁବା ସଙ୍ଗେ ଖୁଲମଖୁଲା ମକା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । କୃଷି ବିଭାଗ ଏହି ବିଷ-ୟରେ ଅବଗତ ଥାଇ ମଧ୍ୟ କୌଣ -ସି ପଦକ୍ଷେପ ନେଉ ନଥିବା ସାଧାରଣରେ ଆଲୋଚନା ହେଉ-ଛି। ଝରିଗାଁ ଅଞ୍ଚଳରେ ଅସାଧୁ ବ୍ୟବସାୟୀମାନେ ମଜା କୁଇଣ୍ଟାଲ ପ୍ରତି ୧୫ଶହ ରୁ ୧୮ଶହ ଟଙ୍କାରେ
ନେଉଛନ୍ତି । ମକାର ବଜାର ମୂଲ୍ୟ କମ୍ ରହିଥିବାବେଳେ ପାରିଶ୍ରମିକ ଅନୁଯାୟୀ ମଳା କୁ ଉଚିତ୍ ମୂଲ୍ୟରେ କିଣିବାକୁ ଚାଷୀମହଲରେ ବାବି ହେଉଛି । ଚାଷୀମାନେ କହିଛନ୍ତି ଅମଳ ସମୟରେ ବିହନ, ସାରର ମୂଲ୍ୟ ନିର୍ଦ୍ଧାରିତ ଦର ଠାରୁ ପକେଟକୁ ୧ହଜାର ରୁ ୧୫ଶହ ଟଙ୍କା ବ୍ୟବସାୟୀମାନେ ନେଉଛନ୍ତି । ଏବେ ବଜାରରେ ରହିଥିବା ମକାର ମୂଲ୍ୟ ବିହନ ଓ ସାର ସହିତ ହାରାହାରି ମୂଲ୍ୟ ସମାନ ରହୁଛି । ସରକାର ମକାର କୁଣ୍ଟାଳ ପିଛା ୩ହଜାର କରିବା ସହ ମକାମଣ୍ଡି ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଏନେଇ ଝରିଗାଁ କୃଷି ବିଭାଗ ପକ୍ଷରୁ କୌଣ-ସି ପ୍ରତିକ୍ରିୟା ମିଳିପାରିନାହିଁ ।