District

ମୋଦୀଙ୍କ ପରେ କି ଏ କହିଲେ ମୋହନ ଭ।ଗବତ

ମୋଦୀ ଙ୍କ ପରେ କିଏ? କହିଲେ ମୋହନ ଭାଗବତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ତାଙ୍କ ଉତ୍ତରାଧୁକାରୀ କିଏ? କିଏ ନେବ ବିଜେପିର ନେତୃତ୍ବ? କିଏ ସାଜିବ ଚେହେରା? ଏହି ପ୍ରଶ୍ନ ଅନେକ ସମୟରେ ବିଜେପି ନେତାଙ୍କ ପଚରାଯାଏ । ହେଲେ ଏବେ ମୋହନ ଭାଗବତ ଦେଇଛନ୍ତି ଏହି ପ୍ରଶ୍ନର ଉତ୍ତର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ କିଏ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି ପ୍ରଶ୍ନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସମ୍ପର୍କରେ ବିଚାରବିମର୍ଶ ଏବଂ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ଭର କରିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ କିଏ ଆସିବେ ବୋଲି ପଚରାଯିବାରୁ ମୋହନ ଭାଗବତ କହିଥିଲେ, କିଛି ପ୍ରଶ୍ନ ମୋ ଦୃଷ୍ଟିକୋଣରୁ ବାହାରେ । ତେଣୁ, ଏ ବିଷୟରେ ମୋର କିଛି ବି କ‌ହିବାର ନାହିଁ। ମୁଁ କେବଳ ତାଙ୍କୁ ଶୁଭକାମନା ଜଣାଇପାରିବି, ଆଉ କିଛି ନୁହେଁ । ମୋଦୀଙ୍କ ପରେ କିଏ ଆସିବେ ସେନେଇ ମୋଦୀ ଏବଂ ବିଜେପି ନିଷ୍ପତ୍ତି ନେବା ଉଚିତ।”

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button