District

ଆନ୍ତର୍ଜାତୀୟ ମହିଳ। ବିରୋଧୀ ହିଂସ। ନିବାରଣ ପକ୍ଷ

ଅନ୍ତର୍ଜାତୀୟ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ

ନବରଙ୍ଗପୁର,୧୩/୧୨ ଜିଲ୍ଲାର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଲିଙ୍ଗଭିରିକ ହିଂସା ନିବାରଣର ୧୬ ଦିନିଆ ସକ୍ରିୟତା ଏବଂ ଅନ୍ତର୍ଜାତୀୟ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲ୍ଲାସ୍ତରୀୟ ଉଦ୍‌ଯାପନୀ ଦିବସ ବୁଧବାର ପାଳିତ ହୋଇଛି । ଚଳିତ ବର୍ଷର ମହିଳା ଏବଂ ବାଳିକାଙ୍କ ପ୍ରତି ଡିଜିଟାଲ୍ ହିଂସାକୁ ସମାପ୍ତ କରିବାକୁ ଏକଜୁଟ ହେବାକୁ ନେଇ ନଭେମ୍ବର ୨୫ ଡାବୁଗାଁ ମିଶନ ଶକ୍ତି ଗୃହରେ ଜିଲ୍ଲାପାଳଙ୍କ ଦ୍ବାରା ଉଦ୍‌ଘାଟନ ହୋଇଥିଲା। ଉଦ୍‌ଯାପନୀ କାର୍ଯ୍ୟକ୍ରମ ମଧ୍ୟ ଜିଲ୍ଲାପାଳଙ୍କ ନେତୃତ୍ବରେ ସମ୍ପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ ବିଭାଗଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗଙ୍କ ନେତୃତ୍ବରେ ଆଇଏସ୍ଥାଳି ଓ୍ୱାନ ଷ୍ଟପ ସେଣ୍ଟର୍‌ ଦ୍ୱାରା ପାଳନ କରାଗଲା । ୧.୬ ଦିନରେ ପ୍ରତ୍ୟେକ ଦିନରେ ଭିନ୍ନ ପ୍ରକାର ଜ୍‌ମ୍ ଅନୁସାରେ ସଂଯୁକ୍ତ ବିଭାଗ ସହ ମିଶି ମହିଳା ଏବଂ ବାଳିକାମାନଙ୍କ ହିଂସା

ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଗ୍ରାମସ୍ତରୀୟ, ପଞ୍ଚାୟତ ସ୍ତରରେ, ବୁକସ୍ତରରେ ଏବଂ ଜିଲ୍ଲାସ୍ତରରେ ଆନୁଷ୍ଠାନିକ ଭାବରେ କରାଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍‌ଦ୍ୟାପନୀ ଅବସରରେ ସମାଜରେ ନାରୀ ହିଂସା ବିରୋଧରେ କାର୍ଯ୍ୟ ଏବଂ ସାହାଯ୍ୟ କରୁଥିବା ସଂଯୁକ୍ତ ବିଭାଗର ତଥା ଅଧୁକାରିଣୀମାନଙ୍କୁ ଜିଲ୍ଲାସ୍ତରରେ ସମ୍ମାନିତ କରାଯାଇଛି। ଏହି ଅବସରରେ ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ସ୍ଵାଗତ ସମ୍ଭାଷଣ ଦେଇ ଉପସ୍ଥିତ ସମସ୍ତଙ୍କୁ

ମହିଳା ଏବଂ ବାଳିକା ହିଂସାକୁ ଖୋଳିବା କ୍ଷେତ୍ରରେ ଓ୍ୱାନ ଷ୍ଟପ ସେଣ୍ଟର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଓ୍ୱାନ ଷ୍ଟପ ସେଣ୍ଟର କେନ୍ଦ୍ର ପ୍ରଶାସକ ରଞ୍ଜିତା ସାହୁ ୧୬ ଦିନର କାର୍ଯ୍ୟକ୍ରମକୁ ବର୍ଶନା କରିଥିଲେ। ଏହି ଅବସରରେ ସଖୀ କେନ୍ଦ୍ର ତରଫରୁ ମେଡିକାଲ ବିଭାଗ, ପୁଲିସ ବିଭାଗ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶିଶୁ ମଙ୍ଗଳ କମିଟି ଅଧୁକାରୀ, ଜିଲ୍ଲା ସୁରକ୍ଷା ଅଧୁକାରୀ, ଜିଲ୍ଲା ସମାଜ ସୁରକ୍ଷା ଅଧୁକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାଂସ୍କୃତିକ

ଅଧୁକାରୀ, ସବର୍ତ୍ତ ଭିଜନ ସୁରକ୍ଷା ଅଧୁକାରୀ, ସିଡିପିଓ ନନ୍ଦାହାଣ୍ଡି ଏବଂ ପାପଡାହାଣ୍ଡି, କାଉନସିଲର ଓ୍ବାର୍ଚ ୪, ପ୍ରିନ୍ସପାଲ ନବରଙ୍ଗପୁର ପବ୍ଲିକ ସ୍କୁଲ, ଜିଲ୍ଲା ସଂଯୋଜିକା, ଜି ଏଚ୍ ଇଡ ‌, ଜିଲ୍ଲା ସଂଯୋଜିକା ଶୋଭା, ଜିଲ୍ଲା ସଂଯୋଜିକା ଚାଇଲଡ ହେଲୁ ଲାଇନ, ସମାଜସେବୀ ମନୋରମା ମାଝୀ, ପ୍ରଭାତୀ ବିଷୋୟୀ, ମହିଳା ସାମ୍ବାଦିକ, ଆଉ ସଂଯୋଜକ, ପିରାମୋଲ ଫାଉଣ୍ଡେସନ ପ୍ରୋଗ୍ରାମ ମ୍ୟାନେଜେର, ଶକ୍ତି ସଦନ ପରିଚାଳିକା ନବରଙ୍ଗପୁର ଏବଂ ଡାବୁଗାଁ ସମସ୍ତଙ୍କୁ ସମ୍ମାନିତ କରିବା ପରେ ଜିଲ୍ଲା ଅଧିକାରୀଙ୍କ ଦ୍ୱାରା ସ୍ନାନ ପ ସେଣ୍ଟର ଷ୍ଟାଫଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ରମା ପଟ୍ଟନାୟକ ସୁରକ୍ଷା ଅଧିକାରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କିଶୋରୀ ପଟ୍ଟନାୟକ ଆଇନ ପରାମର୍ଶ ଦାତ୍ରୀ, ସ୍ମରଣିକା ପଟନାୟକ ପରାମର୍ଶ ଦାତ୍ରୀ, ଜସ୍ମିନ ସିଂ ଏବଂ ପିନି ଖୋସଲା କେସ ଓ୍ବାର୍କର, ମଲ୍ଟି ପର୍ପୋଳ ୱାର୍କର, ଟୁନି କନ୍ଧପଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button