ଡକଯତ ଯୋଜନ। ବେଳେ ଧର।ପଡିଲେ ୬ ଜଣ
ଡକାୟତି ଯୋଜନା ବେଳେ ଧରାପଡ଼ିଲେ ୬
ଉମରକୋଟ, ୧୨।୧୨
ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ଡିଏନ୍କେର ସୁପରକ୍ଲାସ୍ ଠିକାଦାରଙ୍କ ଘରେ ଡକାୟତି ଯୋଜନା କରୁଥିବାବେଳେ ବୁଧବାର ରାତିରେ ସ୍ଥାନୀୟ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ୨ଜଣ ଫେରାର ହୋଇଯାଇଥିବା ଗୁରବାର ଉମରକୋଟ ଥାନାରେ ଏକ ଖବରଦାତା ସମ୍ମିଳନୀ କରି ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ହେଲେ ଦୟାନିଧ୍ ଗଣ୍ଡ, ମଳୟ ଟାକରି, ହସିଲୋ ଗରଡ଼ା, ଡମ୍ବରୁ ଭତ୍ରା, ତାରକୋନାଡ଼ି ଗ୍ରାମର କମଳଲୋଚନ ଗୌଡ଼, ସାନବାସନି ଗ୍ରାମର ରବିସିଂ ହରିଜନ। ପାପଡ଼ାହାଣ୍ଡି ଥାନା ଶିଲକଗୁଡା ଗ୍ରାମର କ୍ଷୀରସିନ୍ଧୁ ବିନ୍ଧାଣି ଓ ସୁଶାନ୍ତ ବିନ୍ଧାଣି ଫେରାର ଅଛନ୍ତି। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ୩ ଖଣ୍ଡା, ଛୁରି, ଲଙ୍କାଗୁଣ୍ଡ ପ୍ୟାକେଟ, ନଗଦ ୨୨୬୦ ଟଙ୍କା, ୨ ବାଇକ୍, ୬ ମୋବାଇଲ, ପୂଜା ମାସ୍କ ଜବତ ହୋଇଛି . କ୍ଷୀରସିନ୍ଧୁ ବିନ୍ଧାଣି ପଳାତକ ହୋଇଥିବାବେଳେ ତାଙ୍କ ନେତୃତ୍ବରେ ଡକାୟତି ଯୋଜନା କରାଯାଉଥିଲା।

ରାଜମିସି ଠିକାଦାରଙ୍କ ଘରେ ରାଜମିଶ୍ରି ଭାବେ କାମ କରୁଥିବା ରବିସିଂ ହିଁ ଭିତିରିଆ ସମସ୍ତ ତଥ୍ୟ ଓ ଘରର ଫଟୋ ଅନ୍ୟମାନଙ୍କୁ ଦେଇଥିବା ପୋଲିସ କହିଛି ।
ପୋଲିସ ସୂଚନାନୁଯାୟୀ, ଠିକାଦାରଙ୍କ ଘରେ ଡକାୟତି ପାଇଁ ୮ ଜଣ ବୁଧବାର ରାତି ପ୍ରାୟ ୧୦ଟା ୩୦ରେ ଉମରକୋଟ– ଝରିଗାଁ ରାସ୍ତା ପାର୍ଶ୍ଵରେ ଥିବା ବଡ଼ବାସିନୀ ଗ୍ରାମର ଏକ ପରିତ୍ୟକ୍ତ ଘରେ ବସି ଯୋଜନା କରୁଥିଲେ। ଖବରପାଇ ଇନ୍ସିପେକ୍ଟର ଶିବାଜୀ ପଣ୍ଡା, ଏସ୍ଆଇ ଅକ୍ଷୟ ମିଶ୍ର, ସଞ୍ଜୟ ମଣ୍ଡଳ, କନଷ୍ଟେବଲ ଏସ୍.ଭାସ୍କର ରାଓ, ପ୍ରଭାସ ମାଲାକାର, ସଦାଶିବ ହରିଜନ, ନରେନ୍ଦ୍ର ନାୟକ, ଗୃହରକ୍ଷୀ ବିମଲ ସାହା, ତିଲ ଭତ୍ରା, ରାଜୁ ପଣ୍ଡାଙ୍କୁ ନେଇ ଗଠିତ ଟିମ୍ ସେଠାରେ ପହଞ୍ଚୁ ୬ ଜଣଙ୍କୁ ଗିରଫ କରିଥିଲେ। ଫେରାର ୨ ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଆଦିତ୍ୟ ସେନ, ଏସ୍ଡିପିଓ ଶୁଭେନ୍ଦୁ ଶବର, ପାପଡାହାଣ୍ଡି ଥାନାଧିକାରୀ ରମାକାନ୍ତ ସାଏ, ଶିବାଜୀ ପଣ୍ଡା, ଏସ୍ଇ ଅକ୍ଷୟ ମିଶ୍ର ଉପସ୍ଥିତ ଥିଲେ।