ଦୁଷ୍କର୍ମ ମ।ମଲ।ରେ ଜଡିତ ସମସ୍ତ ଅଭିଯୁକ୍ତ ନିଦୋଷ ରେ ଖଲ।ସ
ଦୁଷ୍କର୍ମ ମାମଲା ରେ ଜଡିତ ସମସ୍ତ ଅଭିଯୁକୁ ନିଦୋଷ ରେ ଖଲାସ

ନବରଙ୍ଗପୁର, ୧୦/୧୨/୨୫ ନବରଙ୍ଗପୁର ସ୍ବତନ୍ତ୍ର ପୋସକୋ କୋର୍ଟ ର ମାନ୍ୟବର ବିଚାରପତି ଶ୍ରୀ ବାସୁଦେବ ଆଚାର୍ଯ୍ୟ ଏକ ଦୁଷ୍କର୍ମ ଘଟଣା ର ବିଚାରଣା କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ସମସ୍ତ ୫ଜଣ ଅଭିଯୁକ୍ତ ଅମୀର ହରିଜନ, ଅମ୍ବିକା ହରିଜନ, ଚନ୍ଦ୍ର ହରିଜନ, ଭବାନୀ ହରିଜନ ଓ ସାଗର ନିର୍ଦୋଷ ରେ କରିଛନ୍ତି, ସୂଚନା ଅନୁଯାୟୀ,ନବରଙ୍ଗପୁର ଥାନା ଅନ୍ତର୍ଗତ ପଖନାଗୁଡ଼ା ଗ୍ରାମର ପୀଡିତା ଗତ ୦୪/୦୭/୨୦୧୭ତାରିଖ ଦିନ ନବରଙ୍ଗପୁର ଥାନାରେ କେସ ନମ୍ବର ୧୮୯/୧୭ପ୍ରକାରେ ଏକ ଲିଖତ ଅଭିଯୋଗ କରିଥିଲେ ଯେ ତାଙ୍କୁ ଖାତିଗୁଡା ଥାନା ଅନ୍ତର୍ଗତ ଉଷୁରିପଦର ଗ୍ରାମର ଅମୀର ହରିଜନ ବିବାହ କରି ଘରେ ନେଇ ସ୍ୱୀ କରି ରଖୁବି ବୋଲି ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖ୍ ତିନି ମାସର ଗର୍ଭବତୀ କରିଛି, ପୋଲିସ ଘଟଣା ର ତଦନ୍ତ କରି ସମସ୍ତ ଅଭିଯୁକ୍ତ ଅମୀର ହରିଜନ, ଅମ୍ବିକା ହରିଜନ,ଚନ୍ଦ୍ର ହରିଜନ,ଭବାନୀ ହରିଜନ ଓ ସାଗର ହରିଜନ କୁ କୋର୍ଟ ଚାଲାଣ କରିବା ସହ ଅମୀର ହରିଜନ ଙ୍କ ନାମରେ ଭାରତୀୟ ପିଙ୍ଗଳ କୋର୍ଡ ର ଧାରା ୩୭୬(୨) (ଏନ)/୨୯୪, ୫୦୬,୩୪ ଓ ସ୍ବତନ୍ତ୍ର ପୋକସୋ ଆଇନ ୨୦୧୨ ର ଧାରା ୬ ସହ ଅନ୍ୟ ଅଭିଯୁକ୍ତ ମାନଙ୍କ ନାମରେ ଭାରତୀୟ ପିଙ୍ଗଳ କୋର୍ଡ ର ଧାରା ୨୯୪,୫୦୬ ଓ ୩୪ ପ୍ରକାରେ ମାମଲା ରୁଜୁ କରିଥିଲେ ଯାହାର କୋର୍ଟ କେସ ନମ୍ବର ଥିଲା ଟିଆର -୧୦୦/୨୦, ଏହି ଘଟଣାରେ ସମସ୍ତ ୨୧ ଜଣଙ୍କ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ବିଚାରପତି ଶ୍ରୀ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଅମୀର ହରିଜନ,ଅମ୍ବିକା ହରିଜନ, ଚନ୍ଦ୍ର ହରିଜନ, ଭବାନୀ ହରିଜନ ଓ ସାଗର ହରିଜନ କୁ ନିଦୋଷ ରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ମାମଲା କୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ ମାମଲା କୁ ପରିଚାଳନା କରୁଥିଲେ ।
ହରିଜନ ଙ୍କୁ ନିଦୋଷରେ ଖଲାସ ୨ସ୍ତ ଅଭିଯୁକ୍ତ ବାୟ ଇଜ୍ଜତ ଖଲାସ