District

ତିନି ହଜ।ର ଟଙ୍କା ହେଲ। ପ।ଚିକ। ଙ୍କ ଦରମ।

୩ ହଜାର ହେଲା ପାଚିକାଙ୍କ ଦରମା

ଆଉ ଆନ୍ଦୋଳନ ଅନାବଶ୍ୟକ: ମନ୍ତ୍ରୀ

ଭୁବନେଶ୍ବର,୧୦।୧୨ :

ରାଜ୍ୟ ସରକାର ପାଚିକାଙ୍କ ଦୁଃଖ ବୁଝିଛନ୍ତି । ଚଳିତ ଶୀତ ଅଧିବେଶନରେ ପାଚିକାଙ୍କ ଦରମା ବୃଦ୍ଧି ହୋଇଛି । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେବା ସହ ଏ ସଂକ୍ରାନ୍ତରେ କହିଛନ୍ତି ଯେ ସ୍କୁଲ ଓ ଅଙ୍ଗନବାଡ଼ିରେ କାର୍ଯ୍ୟ କରୁଥିବା ପାଚିକାଙ୍କ ଦରମାରେ ୧ ହଜାର ଟଙ୍କା ବୃଦ୍ଧି କରାଯାଇଛି । ଅର୍ଥାତ୍ ପୂର୍ବରୁ ଏମାନେ ୨ ହଜାର ଟଙ୍କା ଦରମା ବାବଦରେ ପାଉଥିବା ବେଳେ ଏଣିକି ସେମାନେ ୩ ହଜାର ଟଙ୍କା ପାଇବେ । ତେଣୁ ଗତ କିଛି ଦିନ ହେଲା ୭ ଦଫା ଦାବି ନେଇ ଲୋୟର୍ ପିଏମ୍‌ଜିରେ ଧାରଣା ଦେଇଆସିଥିବା ପାଚକ ପାଚିକା ମହାସଂଘ ଆଉ ଆନ୍ଦୋଳନକୁ ଆସିବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେସବୁବେଳେ ଆନ୍ଦୋଳନରେ ବସିଲେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବ ସରକାର ଦରମା ବୃଦ୍ଧି କରିସାରିଥିବାରୁ ଆନ୍ଦୋଳନ ଜାରି ରଖିବା ଆଦୌ ଯୁକ୍ତିଯୁକ୍ତ ହେବ ନାହିଁ । ଏବେ ସେମାନେ କିଛି ଦିନ କାମ କରନ୍ତୁ, ସବୁବେଳେ ଆନ୍ଦୋଳନ କରିବା ଉଚିତ୍ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି । ଅନ୍ୟପକ୍ଷରେ ଅନ୍ୟାନ୍ୟ ଦାବି ପୂରଣ ଦିଗରେ ସରକାର ପଦକ୍ଷେପ ନ ନେଲେ ଆନ୍ଦୋଳନ ପ୍ରତ୍ୟାହାର ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button