District

ସରପଞ୍ଚ ହେବ। ପ।ଇ ଓଡିଆ ପଢି ଲେଖି ଜ।ଣିବ। ଦରକ।ର

ସରପଞ୍ଚ ହେବା ପାଇଁ ଓଡ଼ିଆ ପଢ଼ି ଲେଖ୍ ଜାଣିବା ଦରକାର

କଟକ, ୯/୧୨ : ଜଣେ ଲୋକ ପ୍ରତିନିଧ ଭାବେ ସରପଞ୍ଚଙ୍କ ଦାୟିତ୍ଵକୁ କମ୍ ଗୁରୁତ୍ୱ ଦେଇ ହେବ ନାହିଁ । ଜଣେ ସରପଞ୍ଚଙ୍କ ପାଇଁ ଯଥେଷ୍ଟ ସାହିତ୍ୟ ଜ୍ଞାନର ଆବଶ୍ୟକତା ନାହିଁ । କିନ୍ତୁ ସରପଞ୍ଚ ଭଳି ଗୁରୁତ୍ୱପୂର୍ଣ ପଦରେ ରହୁଥ‌ିବା ବ୍ୟକ୍ତି ନିଶ୍ଚିତ ଭାବେ ଓଡ଼ିଆ ପଢ଼ିବା ସହ ଲେଖୁ ଜାଣୁଥିବା ଆବଶ୍ୟକ ବୋଲି ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ ରାୟରେ କହିଛନ୍ତି । ଯଦି ଜଣେ ସରପଞ୍ଚ ଉଭୟ ଓଡ଼ିଆକୁ ପଢ଼ି ଏବଂ ଲେଖୁ ଜାଣିନଥିବେ ତାହେଲେ ସେ ତାଙ୍କ ଦାୟିତ୍ଵକୁ କିପରି ନିର୍ବାହ କରିବେ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ଯଦିଓ ଓଡ଼ିଆ ପଢ଼ିବା ଜାଣିଥିବା ଯଥେଷ୍ଟ ବୋଲି କୁହାଯାଉ। ପାରିବ କିନ୍ତୁ ଏଥିସହ ଲେଖୁବା ମଧ୍ଯ ନିହାତି ଆବଶ୍ୟକ। ନଚେତ୍ ପଞ୍ଚାୟତ ଭଳି ଏତେବଡ଼ ଅନୁଷ୍ଠାନର ଗତି କୁ ଆଡ଼େ ବୋଲି ହାଇକୋର୍ଟ ଆଶଙ୍କା ବ୍ୟକ୍ତ କରିଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ସରପଞ୍ଚ ପଦରେ ବସିଥିବା ମହେଶ୍ଵର ଜେନାଙ୍କୁ ବରଖାସ୍ତ ନେଇ ନିମ୍ନ ଅଦାଲତ ଦେଇଥିବା ଆଦେଶରେ କୌଣସି ପ୍ରକାର ତ୍ରୁଟି ନାହିଁ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ମତ ଦେବା ସହ

ଲାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆବେଦନକାରୀଙ୍କ ପିଟିସନ୍‌କୁ ଖାରଜ କରି ଦେଇଛନ୍ତି।

ମାମଲାରୁ ଜଣଯାଇଛି, ବାଲେଶ୍ୱର ଜିଲ୍ଲା ବିଷ୍ଣୁପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ମହେଶ୍ଵର ଜେନା ନିର୍ବାଚିତ ହୋଇଥିଲେ। କିନ୍ତୁ ସେ ଓଡ଼ିଆ ଭାଷା ଠିକ୍ ଭାବେ ଲେଖୁ, ପଢ଼ି ଜାଣିନଥୁବା ଦର୍ଶାଇ ତାଙ୍କ ବିରୋଧରେ ବାଲେଶ୍ଵର ସିଭିଲ୍ ଜଜ୍‌ରେ ମାମଲା ରୁଜୁ ହୋଇଥିଲା।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button