ଆଧ।ର କାର୍ଡ ନ ଥିବ।ରୁ ସରକାରୀ ଯୋଜନାରୁ ବଞ୍ଚିତ ଦୁଇ ମହିଳ।
ଆଧାର କାର୍ଡ ନ ଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ୨ ମହିଳା

କମସୁଲା ପମିଆ ଓ ରାଧାମଣି ପମିଆ।
ନନ୍ଦପୁର, ୯/୧୨
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଅଧୀନ ଦୁର୍ଗମ ନନ୍ଦକା ପଞ୍ଚାୟତ ଝାଙ୍କରଗୁଡ଼ା ଗ୍ରାମର ୨ ମାନସିକ ଅସୁସ୍ଥ ଓ ଅବିବାହିତା ମହିଳା କମସୁଲା ପମିଆ(୫୦) ଏବଂ ରାଧାମଣି ପମିଆ(୫୮) ସରକାରଙ୍କ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ଥୁବା ଅଭିଯୋଗ ହୋଇଛି। ୨ ମହିଳାଙ୍କ । ଆଧାରକାର୍ଡ ଓ ଭୋଟର କାର୍ଡ ନ ଥିବାରୁ ସରକାରଙ୍କ ଚାଉଳ, ଅବିବାହିତ ର ଭତ୍ତା, ଭିନ୍ନକ୍ଷମ ପ୍ରମାଣପତ୍ର ଓ ଇ ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ରହିଛନ୍ତି । ଶିକ୍ଷା, ପୋଷଣ, ଜୀବିକା ଓ ସାମାଜିକ ସୁରକ୍ଷା ଆଦି ସମସ୍ତ ଯୋଜନାରୁ ମଧ୍ୟ ଦୂରରେ ରହିଛନ୍ତି । ନନ୍ଦକା ପଞ୍ଚାୟତ ପ୍ରଶାସନ, କୁ ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ବାସ୍ଥ୍ୟ ର ବିଭାଗ, ବ୍ଳକ ପ୍ରଶାସନର ସାମାଜିକ ରୀ ସୁରକ୍ଷା ବିଭାଗ, ଯୋଗାଣ ବିଭାଗ ଓ ନିର୍ବାଚନୀ ବିଭାଗ ସମସ୍ତଙ୍କ ନଜର ଆଢୁଆଳରେ ରହି ୨ଜଣ ଜୀବନ କାଟୁଥିବା ଗ୍ରାମବାସୀ କହିଛନ୍ତି ।
ଗ୍ରାମବାସୀଙ୍କ ସୂଚନା ମୁତାବକ କମସୁଲା ଓ ରାଧାମଣି ମାନସିକ ଅସୁସ୍ଥ। କିନ୍ତୁ ଆଧାରକାର୍ଡ ନ ଥିବାରୁ ୨ ପରିବାରର ରାଶନ କାର୍ଡ କ୍ରମାଙ୍କ ୨୦୧୧୧୬୧୦୭୩୩ ଓ ୨୦୧୧୧୬୧୦୭୫୩ରେ ସେମାନଙ୍କୁ ସାମିଲ କରାଯାଇନାହିଁ । ଭୋଟର କାର୍ଡ ମହାନ୍ତି । ମହିଳା ଭୋଟ ମଧ୍ୟ ଦେଇ ନାହାନ୍ତି । ମାନସିକ ଅସୁସ୍ଥତା ଯୋଗୁ ଗାଁ ଭିତରେ ଏଣେ ତେଣେ ବୁଲୁଥିବା ଓ ଯିଏ ଯାହା ଦେଲେ ଖାଇ ଜୀବନ କାଟୁଥିବାରୁ ଏହାକୁ ଦେଖାବ।କୁ ମିଳିଛି । ଅଞ୍ଚଳର ଏକ
ସରକାରୀ ସହାୟତା ଯୋଗାଇଦେବାକୁ ନିବେଦନ
ସ୍ୱେଚ୍ଛାସେବୀ ଅନୁଷ୍ଠାନ ବର୍ତ୍ତମାନ ଦୁହିଁଙ୍କ ମାନସିକ ଅସୁସ୍ଥତାର ଚିକିତ୍ସା ଆରମ୍ଭକରିଛି । ଆଧାରକାର୍ଡ ଥିଲେ ସରକାରଙ୍କ ବିଭିନ୍ନ ଯୋଜନାରେ ଉଭୟଙ୍କୁ ସାମିଲ କରାଯାଇ ସହାୟତା ପ୍ରଦାନ କରାଯାଇପାରିବ ବୋଲି ଉକ୍ତ ସଂସ୍ଥା ଓ ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। ସରପଞ୍ଚ ରେଳି ଶୀସା ଉଭୟଙ୍କ ଆଧାର କାର୍ଡ କରିବାକୁ ଅନେକଥର ଆଧାର କେନ୍ଦ୍ର ନେଇ ଆବଶ୍ୟକ କାଗଜପତ୍ର ନ ଥିବାରୁ ଅସଫଳ ହୋଇଥିବା କହିଛନ୍ତି । ନନ୍ଦପୁର ବିଡିଓ ଦୁର୍ଗାପ୍ରସାଦ ଦୋରା ଓ ଉପଜିଲାପାଳ କୋରାପୁଟ ପ୍ରେମଲାଲ ହିଆଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପଞ୍ଚାୟତ ପିଇଓ ଏବଂ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଯାଇ ୨ ମହିଳାଙ୍କ ଆଧାରକାର୍ଡ ତିଆରି କରିବା ସହ ଅନ୍ୟ ସରକାରୀ ଯୋଜନାରେ ସାମିଲକରି ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ ଆଧାରକାର୍ଡ ନ ଥିବାରୁ ନନ୍ଦପୁର ବ୍ଲକ୍ର ୨୩ ପଞ୍ଚାୟତରେ ଏଭଳି ଅନେକ ଶିଶୁ, କିଶୋରୀ କିଶୋର, ଯୁବତୀଯୁବକ, ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ଅଛନ୍ତି। ସେମାନଙ୍କୁ ଚିହ୍ନଟ କରିବାକୁ ପଞ୍ଚାୟତ, ବ୍ଲକ୍ ଓ ଜିଲା ପ୍ରଶାସନ ପକ୍ଷରୁ ଚେଷ୍ଟା କରିବାକୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।