District

ନିର୍ମାଣ କୁ ୫ ବର୍ଷ ବିତିଲ। ଗ୍ରାମୀଣ ହ।ଟ କାର୍ଯ୍ୟକ୍ରମ ନେହିଲ।

ନିର୍ମାଣକୁ ୫ ବର୍ଷ ବିତିଲା, ଗ୍ରାମୀଣ ହାଟ କାର୍ଯ୍ୟକ୍ଷମ ନୋହିଲା

ନୋଟିସ୍ ପରେ ବି ରାସ୍ତାରୁ ହଟୁନାହାନ୍ତି ବେପାରୀ

କଲ୍ୟାଣସିଂହପୁର,୮/୧୨: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଜନଜାତି ସଂସ୍କୃତି ଗ୍ରାମୀଣ ହାଟ ନିର୍ମିତ ହୋଇ ଏ ଭିତରେ ୫ ବର୍ଷ ବିତିଯାଇଛି। ଅଥଚ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନି। ଫଳରେ ଲୋକଙ୍କ କୌଣସି କାମରେ ଆସୁନି। ହାଟ କାର୍ଯ୍ୟକ୍ଷମ ହେଉନଥିବାରୁ ଏବେ ଅସାମାଜିକ ଆଡ୍ଡା ପାଲଟିଛି। ହାଟ ଥିଲେ ବି ବ୍ୟବସାୟୀ ମୁଖ୍ୟରାସ୍ତା ଦଖଲ କରି ବେପାର କରୁଛନ୍ତି। ଏଥିଯୋଗୁ ପ୍ରତିଦିନ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ରାସ୍ତାକଡ଼ରୁ ବେପାରୀଙ୍କୁ ଜନଜାଚି ହାଟରେ ସ୍ଥାନାନ୍ତର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବ୍ଲକ୍ ସଦର ମହକୁମାରେ ରାଜ୍ୟ ସରକାର ୫ ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ଜନଜାତି ଗ୍ରାମୀଣ ହାଟ ନିର୍ମାଣ କରିଛନ୍ତି। ବ୍ୟବସାୟୀଙ୍କ ପାଇଁ ପିଣ୍ଡି, ଛାତ ନିର୍ମାଣ କରାଯାଇଛି। ତଥାପି ହାଟରେ ଆଜି ପର୍ଯ୍ୟନ୍ତ କୌଣସି

ଗୋଟିଏ ହେଲେ ବ୍ୟବସାୟୀ ଆସିନାହାନ୍ତି। ଅନ୍ୟପକ୍ଷରେ ବ୍ୟବସାୟୀମାନେ ହନୁମାନ ମନ୍ଦିରରୁ ବ୍ଳକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଡ୍ରେନ୍ ଉପରେ ବେଆଇନ ଭାବେ ଘର ଓ ଦୋକାନ ଗଢ଼ି ରାସ୍ତା ଦଖଲ କରି ବେପାର କରୁଛନ୍ତି। ଟ୍ରାଫିକ ଜାମ୍ ପାଇଁ ଯାତ୍ରୀ, ଗାଡ଼ି ଚାଳକ, ଗ୍ରାହକ ଓ ବ୍ୟବସାୟୀ ଅସୁବିଧା ଭୋଗୁଛନ୍ତି। ଏ ସମ୍ପର୍କରେ ଅଞ୍ଚଳବାସୀ ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି। କୌଣସି ସୁଫଳ ମିଳୁନି।

ଗତ ଏପ୍ରିଲ୍ ୨୨ରେ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶରେ ହନୁମାନ ମନ୍ଦିରଠାରୁ ବୃକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଡ୍ରେନ୍ ଉପରେ ବେଆଇନ ଘର ଏବଂ ଦୋକାନ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ ୭ ଦିନ ଭିତରେ ଡ୍ରେନ୍ ଉପରେ କରିଥିବା ଗୃହ ଭାଙ୍ଗିବାକୁ ନୋଟିସ୍ ଦିଆଯାଇଥିଲା। ତଥାପି ପୂର୍ତ୍ତ ବିଭାଗର ନିର୍ଦ୍ଦେଶକୁ ଖିଲାପ କରି ସେମାନେ ଡ୍ରେନ୍ ଉପରେ ବେପାର କରୁଛନ୍ତି। ଏମିତିକି ଉଠାଦୋକାନୀଙ୍କୁ ଜନଜାତି ଗ୍ରାମୀଣ ହାଟରେ ବସିବାକୁ ପ୍ରଶାସନ ତରଫରୁ ବହୁବାର କୁହାଯାଇଛି।

ତଥାପି ସେମାନେ ଯିବାକୁ ଅମଙ୍ଗ ହେଉଛନ୍ତି। ଏଣୁ ମୁଖ୍ୟରାସ୍ତାରେ ଆମ୍ବୁଲାନ୍ସ, ଓ ଭାରୀଯାନ ଯାତାୟାତ ବେଳେ ଚାଳକ ଅସୁବିଧା ଭୋଗୁଛନ୍ତି। ଅନ୍ୟପକ୍ଷରେ ୫ ବର୍ଷ ତଳେ ନିର୍ମିତ ହୋଇଥିବା ହାଟ ଏବେ ଅସାମାଜିକ ଆଡ୍ଡା ପାଲଟିଛି। ସଞ୍ଜ ହେଲେ ଏଠାରେ ଅସାମାଜିକ କାର୍ଯ୍ୟକଳାପ ବଢୁଛି। ଜିଲ୍ଲା ପ୍ରଶାସନ ରାସ୍ତାକଡ଼ରୁ ବ୍ୟବସାୟୀଙ୍କୁ ହଟାଇବା ସହ ଜନଜାତି ସଂସ୍କୃତି ଦାନରେ ଅବିନମ୍ବେ ବଜାର ଆରମ୍ଭ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button