District

ଓସିସି ପୋଲ ବିପଦ ସଂକୁଳ

ଓସିସି ପୋଲ ବିପଦସଂକୁଳ

ତେନ୍ତୁଳିଖୁଣ୍ଟି, ୭/୧୨: ଇନ୍ଦ୍ରାବତୀ ନଦୀବନ୍ଧ ବହୁମୁଖୀ ପ୍ରକଳ୍ପ ଆରମ୍ଭ

ସମୟରେ ନିର୍ମିତ ଓସିସି ପୋଲ ବିପଦ ସଂକୁଳ ଅବସ୍ଥାରେ ରହିଛି। ୮୦ ଦଶକରେ ନିର୍ମିତ ଏହି ପୋଲର ରକ୍ଷଣାବେକ୍ଷଣ ଅଭାବରୁ ପିଲର୍ ଗୁଡ଼ିକ ଉପରେ ଅଶ୍ବତ୍ମ ବୃକ୍ଷ ଗୁଡ଼ିକ ଉଠିଲାଣି। ଏହି ପୋଲ ନିର୍ମାଣ ପରେ ପୋଡ଼ାଗଡ଼ ଓ କପୁର ମାଟିବନ୍ଧ ସାଙ୍ଗକୁ କୋରାପୁଟ ଜିଲ୍ଲାର ମୁରାନ କଂକ୍ରିଟ୍ ବନ୍ଧ ନିର୍ମାଣ ହୋଇଥିଲା | ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଶତାଧିକ ଗ୍ରାମର ଲୋକେ ଏହି ପୋଲ ଦେଇ ଯାତାୟାତ କରୁଛନ୍ତି । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ପୋଲର ଉଭୟ ପାର୍ଶ୍ଵ ଲତାବୁଦାରେ ପରିପୂର୍ଣ୍ଣ ହୋଇଛି। ତଥାପି ପୋଲର ରକ୍ଷଣାବେକ୍ଷଣ ଦିଗରେ ପ୍ରଶାସନ ଦୃଷ୍ଟି ନଦେବା ଜନ ଅସନ୍ତୋଷର କାରଣ ହୋଇଛି। ଏନେଇ ପୋଡ଼ାଗଡ଼ ଓ ମୁରାନ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ନେଲସନ ଟାଡ଼ିଙ୍ଗଙ୍କୁ ପଚାରିବାରୁ ଏହି ପୋଲ ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ପୋଲ ସ୍ଥିତି ଭଲ ଅଛି| କିନ୍ତୁ ପୋଲ ଉପରେ ଗଛ ଉଠିବା ଦ୍ବାରା ଦୁର୍ବଳ ହେବାର ସମ୍ଭାବନା ରହିଛି। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button