District

ହଷ୍ଟେଲ ରେ ଛାତ୍ରୀଙ୍କ ମୃତ୍ଯୁ ଘଟଣ।

ହଷ୍ଟେଲ ଛାତ୍ରୀଙ୍କ ମୃତ୍ୟୁ ଘଟଣା

ଘରୋଇ ହଷ୍ଟେଲ ବନ୍ଦ, ଗାଁକୁ ଯିବେ ଅନ୍ତେବାସୀ

ନବରଙ୍ଗପୁର, ୧୪/୧୧: ଚଳିତ ମାସ ୧୧ ତାରିଖରେ ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ପଞ୍ଚାୟତର ପୁରୁଣା ପାଣିଗୁଡ଼ାରେ ଥିବା ମିରାକଲ୍‌ ଖ୍ରୀଷ୍ଟିଆନ ବୋଡିଂ ସ୍କୁଲର ହଷ୍ଟେଲରେ ରହିଥିବା ୧୦ ବର୍ଷର ଅନ୍ତେବାସୀ ଛାତ୍ରୀ ଲିପସା କନ୍ଧପାନର ମୃତ୍ୟୁ ହୋଇଛି। ମୃତ ଛାତ୍ରୀ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଳକ ଝୋଡ଼ିଗୁଡ଼ା ଗାଁର

ସ୍ଵାଇଁ ଆଶ୍ରମ ପରିଚାଳକଙ୍କ ଅବହେଳା ଯୋଗୁଁ ଅନ୍ତେବାସୀ ଛାତ୍ରୀର ମୃତ୍ୟୁ ହୋଇଛି ବୋଲି କହିଛନ୍ତି। ତୁରନ୍ତ ଉକ୍ତ ହଷ୍ଟେଲକୁ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେଠାରେ ରହୁଥିବା ବଳକା ୫୯ ଜଣ ଅନ୍ତେବାସୀଙ୍କୁ ସେମାନଙ୍କ ଘରକୁ ପଠାଇବାକୁ ସିଡବ୍ଲୁସି ଓ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ହଷ୍ଟ୍ରେଲ ପରିଚାଳକଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ପାଇଁ ପୁଲିସରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ବିନା ଅନୁମତିରେ ଚାଲୁଥିବା ସମସ୍ତ ସ୍କୁଲ୍, ଡେ କେୟାର୍ ସେଣ୍ଟର, ବୋର୍ଡିଂ ସ୍କୁଲ୍, ବିଭିନ୍ନ ସମ୍ପ୍ରଦାୟର ମିଶନ ଦ୍ବାରା ଚାଲୁଥିବା ସ୍କୁଲ୍ ଗୁଡ଼ିକର ଯାଞ୍ଚ କରିବାକୁ ଡିଇଓ ଛତ୍ରପତି ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡିଇଓ ସବୁ ବ୍ଳକର ବିଇଓମାନଙ୍କୁ ତୁରନ୍ତ ଏହାର ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଶିକ୍ଷା ବିଭାଗର ବିନା ଅନୁମତିରେ କୌଣସି ବିଦ୍ୟାଳୟ, ଛାତ୍ରାବାସ ଚାଲିପାରିବ ନାହିଁ ବୋଲି କହିଛନ୍ତି ଡିଇଓ ଶ୍ରୀ ସାହୁ।

ବାବୁଲା କନ୍ଧପାନଙ୍କ ଝିଅ ବୋଲି ଜଣାପଡ଼ିଛି ଏହି ଘଟଣାକୁ ନେଇ ଜିଲ୍ଲାପ୍ରଶାସନ କ୍ଷୋଭ ପ୍ରକାଶ କରିବା ସହ ଜିଲ୍ଲାପାଳ ତୁରନ୍ତ ଡିଇଓ, ସିଡବ୍ଲୁସି ଓ ଡିସିପିଓଙ୍କୁ ଡାକି ଆଲୋଚନା କରିଛନ୍ତି। ଜିଲ୍ଲାପାଳି ତ. ମହେଶ୍ଵର

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button