ମିଥ୍ୟା ସତ୍ୟପାଠ ମ।ମଲ।ରେ ମାଲ୍ଙ୍ଗ ପଞ୍ଚାୟତ ସରପଞ୍ଚ ଅଯୋଗ ବିବେଚିତ
ମିଥ୍ୟା ସତ୍ୟପାଠ ମାମଲା ମାର୍ଲାଙ୍ଗା ପଂଚାୟତ ସରପଞ୍ଚ ଅଯୋଗ୍ୟ ବିବେଚିତ
କୋଟଗଡ :୧୩/୧୧ ବ୍ଲକ ମାର୍ଲାଙ୍ଗା ପଂଚାୟତର ସରପଞ୍ଚ ଅଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି । ୨୦୨୨ରେ ପଂଚାୟତ ନିର୍ବାଚନବେଳେ ଅଶୋକ ଙ୍କ ଦୁଇରୁ ଅଧୂକ ପିଲା ଛୁଆଥ୍ବା ଥୂବାବେଳେ ମାତ୍ର ୨ଜଣ ସନ୍ଧାନ ଥିବାକଥା ମିଥ୍ୟାରେ ଉଲ୍ଲେଖ କରି ପଦବୀ ହାତେଇବା ଅଶୋକ ମୁଠାମାଝୀ ଙ୍କ ପାଇଁ ମାହାଙ୍ଗା ପଡିଛି । ସୂଚନାଥାଉ କି, ପ୍ରାୟ କିଛି ମାସ ପୂର୍ବେ ମନ ପାଟମାଝୀ, ଲୁସିଆନ ବଳିୟାର ସିଂ,ବୀରବର ଉଠାନସିଂ, ଜଗଦିଶ ବେହେରାମାଝୀ, ଧୂରେନ ବଳିୟାରସିଂ ମିଶି ତତକାଳୀନ ମାର୍ଲାଙ୍ଗା ସରପଞ୍ଚ ଅଶୋକ ମୁଠାମାଝୀ ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରି ପଦବୀ ହାତେଇ ଥୂବାନେଇ ଏକ ଅଭିଯୋଗ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିଲେ । ଏକଥା ଗଣମାଧ୍ୟମ ରେ ମଧ୍ୟ ପ୍ରକାଶିତ ହୋଇଥିଲା,ତେବେ ଉକ୍ତ ଘଟଣାର ତଦନୁ କରି କ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ନଭେମ୍ବର ୭ ତାରିଖ ରେ ଜିଲ୍ଲାପାଳ ପାଳ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୬୦୬ ଅନୁଯାଇ ଅଶୋକ ମୁଠାମାଝୀଙ୍କୁ ସରପଞ୍ଚ ପଦରୁ ଅଯୋଗ୍ୟ ବିବେଚିତ କରି ସ୍ଥାନୀୟ ବଡ଼ିଓ କୋଟଗଡଙ୍କୁ ପତ୍ର ପ୍ରଦାନ କରିଥିବା ଜଣାପଡିଛି ।
