District

ପର୍ଯ୍ଯଟକଙ୍କୁ ଆକୃଷ୍ଟ କରୂଛି ଚନ୍ଦନ ଧ।ର।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚନ୍ଦନଧାରା

ଝରିଗାଁ,୧୨/୧୧ ଝରିଗାଁ ବ୍ଲକ ବଡଟେମେରା ପଞ୍ଚାୟତ ଅନ୍ତର୍ଗତ ସର୍ବପୁରାତନ ଚନ୍ଦନଧାରା ଶୈବପୀଠ ଆକୃଷ୍ଟ ପର୍ଯ୍ୟଟକଙ୍କୁ କରୁଛି। ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ଏହି ଶୈବପୀଠରେ ଜଳପ୍ରପାତ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ୁଛି | ୧୯୬୪ ମସିହାରେ ବଡ଼ଟେମେରା ପଞ୍ଚାୟତ ଠାରୁ ୩କିଲୋମିଟର ଦୂର ଚନ୍ଦନ ବଣ ପରିସରରେ ଥିବା ଜଳପ୍ରପାତ ନିକଟରେ ଶିବଲିଙ୍ଗ ରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏହାପରେ ଛୋଟିଆ ଚାଳିଆ ଘର ନିର୍ମାଣ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ଚନ୍ଦନ ବଣରେ ଶିବଲିଙ୍ଗ ଆବିର୍ଭାବ ହୋଇଥିବା ଯୋଗୁଁ ଏହି ସ୍ଥାନକୁ ଚନ୍ଦନଧାରା ଶୈବପୀଠ ଓ ଚନ୍ଦନଧାରା ଜଳପ୍ରପାତ ବୋଲି କୁହାଯାଉଛି। ତତ୍କାଳୀନ ନବରଙ୍ଗପୁର ଜିଲ୍ଲାପାଳ ଅରବିନ୍ଦ ପାଢ଼ୀ, ପଞ୍ଚାୟତବାସୀଙ୍କ ଆର୍ଥିକ ସହାୟତା, ସ୍ଥାନୀୟ ଲୋକପ୍ରତିନିଧି ଓ ପର୍ଯ୍ୟଟନ ବିଭାଗର ଅନୁଦାନ ମିଳିବାରୁ ମନ୍ଦିର ସହ ପାର୍ଶ୍ଵ ମନ୍ଦିର, ଆଲୋକୀକରଣ ସହ ଭିତ୍ତିଭୂମିର ବିକାଶ କରାଯାଇଛି। ଚନ୍ଦନଧାରା ଶୈବପୀଠ ଘଞ୍ଚ ଜଙ୍ଗଲରେ ରହିଥିବା

ବେଳେ ଅତି ଆକର୍ଷଣୀୟ ମନ୍ଦିର ନିର୍ମାଣ ହୋଇଛି। ସେହିପରି ଶୈବପୀଠ ଠାରୁ କିଛି ଦୂରରେ ରହିଛି ମା’ ପାର୍ବତୀଙ୍କ ମନ୍ଦିର ମା’ ପର୍ବତୀଙ୍କ ମନ୍ଦିରକୁ ଯିବା ପାଇଁ ଭକ୍ତଙ୍କୁ ୧୨୧ ପାହାଚ ତଳକୁ ଯିବା ପାଇଁ ପଡ଼େ ସେଠାରେ ଗୁମ୍ଫା ମଧ୍ୟରେ ମନ୍ଦିର ରହିଛି। ସେହିଭଳି ଶୈବପୀଠ ଠାରୁ କିଛି ଦୂରରେ ଜଙ୍ଗଲ ମଧ୍ୟରେ ରହିଛି ବନଦୁର୍ଗା ମନ୍ଦିର ୧୦୧ ପାହାଚ ତଳକୁ ଏବଂ ୫୧ ପାହାଚ ଉପରକୁ ଯିବା ପରେ ବନଦୁର୍ଗା ମନ୍ଦିର ନିର୍ମାଣ ହୋଇଛି। ସେହିପରି ୩୧ ପାହାଚ ଅତିକ୍ରମ ପରେ ଚଣ୍ଡୀ ମନ୍ଦିର ରହିଛି। ଶୈବପୀଠର ଠିକ ସାମ୍ନାରେ ରହିଛି ବଡ଼ ଗଣେଶ ମନ୍ଦିର କମିଟି ପକ୍ଷରୁ ଭୋଜିଭାତ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ଛୋଟ ଶିଶୁଙ୍କ ପାଇଁ ପାର୍କ ଏବଂ ଲୋକଙ୍କ ପାଇଁ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି ଚନ୍ଦନଧାରା ଜଳପ୍ରପାତ ଏବଂ ଘଞ୍ଚ ଜଙ୍ଗଲ ସହ ସୁସ୍ଥ ପରିବେଶ ପର୍ଯ୍ୟଟକଙ୍କୁ ସବୁବେଳେ ପ୍ରଲୋଭିତ କରୁଛି। ଆସନ୍ତା ଡିସେମ୍ବର ଏବଂ ଜାନୁଆରି ମାସରେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିତକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିବା ସଭାପତି ରଜନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button