District

ଅଟୋ ବାଇକ ମୁହ।ମୁହିଁ ଧକ୍କ। ଜଣେ ଆହତ ୨ଜଣ ଗୁରୁତର

ଅଟୋ ବାଇକ ମୁହାଁ ମୁହିଁ ଧକ୍କା ଜଣେ ଆହତ, ୨ ଗୁରୁତ୍ବର

ନବରଙ୍ଗପୁର ୦୮/୧୧/୨୦୨୫ : ନବରଙ୍ଗପୁର ଜିଲା ଡାବ୍ଲୁଗାଁ ବ୍ଲକ ସଦରମହକୂମା ଜଗନ୍ନାଥ ଗୁଡା ନିକଟରେ ଅଟୋ ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଆହତ ଓ ୨ ଜଣେ ଗୁରୁତର ହୋଉଛନ୍ତି । ସୂଚନାଯୋଗ୍ୟ :– ବାଇଗାଁ ଗ୍ରମର ଲାଇବନ୍ କଲାର ( ୨୨) ଓ ଇଶ୍ୱର କଲାର (୩୫) ବାଇକ ନଂ ଓ ଡି ୨୪ ଏମ ୪୪୬୨ ଯୋଗେ ବାଇଗାଁ ଠାରୁ ଡାବୁଗାଁ ଆସୁଥିବା ସମୟରେ ବିପରୀତ ଦିଗରୁ ଏକ ଅଟୋ ନଂ ଓଡି ୨୪ ୯୮୫୦ ଉମରାହାଣ୍ଡି ଯାଇଥିବା ସମୟରେ ମୁହାଁ ମୁହିଁ ଧକ୍କା ହୋଇଥିଲେ । ଫଳରେ ଲାଇବନ ଓ ଇଶ୍ୱର ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ଡାବୁଗାଁ ଦମକଳ ବାହିନୀ ଙ୍କ ସହଯୋଗରେ ୩ ଜଣଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା। ସେଠାରେ ଉଭୟ ଲାଇବନ ଓ ଇଶ୍ଵର ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଉଛି । ଘଟଣା ସ୍ଥଳରେ ଡାବୁଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।ପୋଲିସ ର ତଦନ୍ତ ମରେ ପ୍ରକୃତ ଘଟଣାଟି ଜଣାପଡିବ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button