District

ମହଗଂ। ପଡିଲ। ବେଆଇନ ପୌଷ୍ୟପୁତ୍ର ଗ୍ରହଣ

ମହଙ୍ଗା ପଡ଼ିଲା ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ

ନବରଙ୍ଗପୁର ୦୮।୧୧ -ପୋଷ୍ୟ ସନ୍ତାନ ନାମରେ ଦମ୍ପତିଙ୍କୁ ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ କରିବା ମହଙ୍ଗ ପଡିଛି । ସୁନିଲ କୁମାର ଓ ପତ୍ନୀ ନନ୍ଦିନୀ ପ୍ରିୟଦର୍ଶିନୀ ନିଜକୁ ପ୍ରକୃତ ବାପ ମା’ଙ୍କ ପରିଚୟ ଦେଇ ନ ପାରିବାରୁ ପ୍ରଶାସନ ୧୧ ଦିନର ଶିଶୁ ପୁତ୍ରକୁ ଉଦ୍ଧାର କରିବା ସ?ହ ଦମ୍ପତିଙ୍କ ବିରୋଧରେ ଥାନାରେ ଏତଲା ଦେଇଛି। ସୂଚନା ପ୍ରକାରେ

ଉମରକୋଟ ଥାନା ଅଞ୍ଚଳର ଦମ୍ପତି ମେଡିକାଲରେ ଶିଶୁ ପୁତ୍ରକୁ ଭର୍ତ୍ତି – କରିଥିଲେ। ଡାକ୍ତର ଶିଶୁର ଜନ୍ମ ତାରିଖ, ଟିକାକରଣ ତାରିଖ, ମା’ଙ୍କ ନାମ ଆଦି ପଚାରିଥିଲେ । ଦମ୍ପତି ଜଣକ କାହାର ଶିଶୁପୁତ୍ର ଓ ତାହାର ଜନ୍ମ ଆଦି ସଠିକ୍ ଭାବେ କ‌ହିପାରି ନ ଥିଲେ । ଏ ନେଇ ଡାକ୍ତର ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧୁକାରୀ ଡ ସନ୍ତୋଷ ପଣ୍ଡାଙ୍କୁ ତୁରନ୍ତ ଜଣାଇଥିଲେ। ଉକ୍ତ ଘଟଣାକୁ ନେଇଁ ଡ ପଣ୍ଡା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକଙ୍କୁ ସୂଚନା ଦେଇଥିଲେ।

ଶିଶୁ ମଙ୍ଗଳ କମିଟି ନବରଙ୍ଗପୁର

ତୁ ରନ୍ତ ଏକ ଟିମ୍ ଗଠନ କରାଯାଇଥିଲା। ଶିଶୁ ମଙ୍ଗଳ କମିଟି ଓ ଚାଇଲ୍ଡ ଲାଇନ କାଉନସିଲର ନିହାରିକା ଟାକ୍ରି ପ୍ରମୁଖ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ଅଧୀନରେ ରଖୁଛନ୍ତି । ଏହି ଟିମ୍ ?କୁ ମଧ୍ୟ ଶିଶୁ ସମ୍ପର୍କରେ କିଛି ନ କ‌ହିବା ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି। ଦମ୍ପତିଙ୍କୁ ଛୁଆର ପ୍ରମାଣପତ୍ର ଦେଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହାର ଖୁଲାପ ହେଲେ ନିୟମାନୁଯାଇ ଦଣ୍ଡିତ ହେବେ ବୋଲି ଶ୍ରୀ ପଟ୍ଟନାୟକ

କହିଛନ୍ତି । ସରକାର ପଞ୍ଜିକରଣ ସହ ପୋଷ୍ୟ ସନ୍ତାନ ଗ୍ରହଣ କରିବା ନିୟମ ରହିଛି। ସୁନିଲ କୁମାର ଜଣେ ଶିକ୍ଷକ ହୋଇ କିଭଳି ବେନିୟମ କାର୍ଯ୍ୟ କରିଛନ୍ତି ବୋଲି ପ୍ରଶାସନ ତରଫରୁ ପ୍ରଶ୍ନ ବିଦ୍ୟାଳୟମାନଙ୍କରେ ବିଭିନ୍ନ ସମୟରେ ବାଲ୍ୟବିବାହ ରୋକିବା ଆଦି ସଚେତନତା କାର୍ଯ୍ୟକ୍ରମ ଚଳାଯାଉଛି। ତେବେ ସଠିକ୍ ପ୍ରମାଣପତ୍ର ନ ପାଇବା ପର୍ଯ୍ୟନ୍ତ ଛୁଆଟିକୁ ପ୍ରଶାସନ ଦାୟିତ୍ୱରେ ରଖାଯାଇ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରାଯିବାକୁ କୁହାଯାଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button