ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ତିନିଜଣ ଆହତ

ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ତିନି ଆହତ
ଉମରକୋଟ,୭/୧୧: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତଗର୍ତ ଡ଼େଙ୍ଗାଗୁଡ଼ା ନିକଟସ୍ଥ ନିର୍ମାଣଧୀନ ଭାରତମାଳା ରାସ୍ତାରେ ଏକ କାର ଓ ପିକଅପ ମଧ୍ୟରେ ମହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଥିବା ଜଣାପଡିଛି । ଆଜି ଦିନ ଦୁଇ ଘଂଟା ସମୟରେ ଝରିଗାଁ ଓ ଉମରକୋଟ ବନ ବିଭାଗର ୩ ତିନି ଜଣ
କର୍ମଚାରୀ କନ୍ଧମାଳ ଜିଲ୍ଲାର ଘୁ ଉଦୟଗିରି ଠାରେ ତାଙ୍କର ତାଲିମ ଥି ବାରୁ ଉମରକୋଟ ଠାରୁ ଭାରତମାଲା ରାସ୍ତାରେ ଯାଉଥିବା ସମୟରେ ପାପଡାହାଣ୍ଡି ଡ଼େଙ୍ଗାଗୁଡ଼ା ନିକଟରେ ଏକ ପିକଅପ ସହ ମହାଁମୁହିଁ ଧକ୍କା ହୋଇ ଯାଇଥିଲା। ଏହି ଦୁର୍ଘଟଣା ରେ ଚାରି ଜଣ ଗୁରୁତର ହୋଇଥିଲେ, ଦୁର୍ଘଟଣା ପରେ ସମସ୍ତ ଆହତ ଙ୍କୁ ସଙ୍ଗେ ସଙ୍ଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ
ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଝରିଗାଁ ବନ ବିଭାଗର କର୍ମଚାରୀ ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତି ଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ଏବଂ କାମାକ୍ଷା ପ୍ରସାଦ ସ୍ବାଇଁ ଓ ତନୁଜା ପରିଛା ଦୁଇ ଜଣ ଫରେଷ୍ଟରଙ୍କ ସହ ପିକଅପ ଡ୍ରାଇଭର ଅନେଶ ମଣ୍ଡଳ ଗୁରୁତର ଭାବେ ଆହତ ହୋଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି ।