୯୦% ଭିନ୍ନକ୍ଷମ ଥ।ଇବି ବଦ୍ଧିତ ଭତ୍ତା ମିଳୁନି
୯୦% ଭିନ୍ନକ୍ଷମ ଥାଇବି ବଦ୍ଧିତ ଭତ୍ତା ମିଳୁନି
ପାପଡାହାଣ୍ଡି, ତା୨୪।୧୦
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ମାଝୀଗୁଡା ପଞ୍ଚାୟତ ଗଞ୍ଜିଆଖାରି ଗାଁର ସଦନ ଭାତନାଏକ ୯୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ହେଁ ତାଙ୍କୁ ଭାଗ୍ୟରେ ଜୁଟିନାହିଁ ବନ୍ଧିତ ଭତ୍ତା। ସଦନଙ୍କ ୫ ବର୍ଷ ପୂର୍ବେ ତାଙ୍କର ଦୁଇ ଆଖୁ ନଷ୍ଟ ହେବାରୁ ଦେଖୁପାରନ୍ତି ନାହିଁ । ରୋଜଗାରିଆ ସ୍ଵାମୀ ଅନ୍ଧ ହୋଇଯିବାରୁ ପରିବାର ପ୍ରତିପୋଷଣ ପାଇଁ କେବଳ ସ୍ତ୍ରୀ ହିଁ ଭରସା । ସ୍ତ୍ରୀ କୁଲି ମଜୁରା କଲେ ଦୁଇ ଓଳି ଚୁଲି ଜଳେ । ସଦନଙ୍କୁ ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ମାସିକ ହଜାରେ ଟଙ୍କା ହିଁ ମିଳୁଛି I ତାଙ୍କର ୯୦% ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ମଧ୍ୟ ତାଙ୍କୁ ୩୫୦୦ ଟଙ୍କା ବଦ୍ଧିତ ଭତ୍ତା ବାଇବାରୁ ବଞ୍ଚିତ ରହିଛନ୍ତି। ବର୍ଷିତ ଭରା ବାବଦକୁ ୩୫୦୦ ଶହ ଟଙ୍କା ଲାଗୁ ହେବା ଜାଣି ସ୍ତ୍ରୀ ବହୁ ଥର ବ୍ଲକ ଓ ପଂଚାୟତ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ସୁଦ୍ଧା କେହି କଣ୍ଠପାତ କରୁନଥିବା ଗଣମାଧ୍ୟମ
ସାମ୍ନାରେ କହିଛନ୍ତି । ଏଭଳି ଅନେକ ହିତାଧୀକାରୀ ବ୍ଲକ ମଧ୍ୟରେ ବଦ୍ଧିତ ଭତ୍ତାରୁ ବଞ୍ଚିତ ରହିଥିବାରୁ ସରକାରୀ ଯୋଜନା କାହାପାଇଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାର ୮୦
ସୁରକ୍ଷା ବିଭାଗ ବନ୍ଧିତ ହିତାଧୀକାରୀଙ୍କ ତାଲିକା ମାସ ମାସ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ଯ ଚିହ୍ନଟ କରିପାରୁନାହିଁ I ବ୍ଲକ ସାମାଜିକ ସୁରକ୍ଷା ବିଭାଗର ଚରମ ଅବହେଳା ଯୋଗୁଁ ଅନେକ ଯୋଗ୍ୟ ହିତାଧୀକାରୀ ବଦ୍ଧିତ ଭତ୍ତାରୁ ବଞ୍ଚିତ ହେଉଛନ୍ତି । ଏ ସମ୍ପର୍କରେ ପାପଡାହାଣ୍ଡି ସାମାଜିକ ସୁରକ୍ଷା ଅଧିକାରୀ ସୁବ୍ରତ କିଶାନଙ୍କୁ ପଚାରିବାରୁ, ଯଦି ସଦନ ବଦ୍ଧିତ ଭତ୍ତା ପାଇବାରୁ ବାଦ୍ ପଡ଼ିଛନ୍ତି, ତା’ହେଲେ ଯୋଗାଯୋଗ କରି ତୁରନ୍ତ ବର୍ଷିତ ସହାୟତା ରାଶି ଆସନ୍ତା ମାସ ସୁଦ୍ଧା ଦେବାକୁ ବ୍ୟବସ୍ଥା ।