District

ରାଜ୍ୟରେ ଆଳୁ ମିଶନକୁ ୧୦ ବର୍ଷ ପୁରିଲ।

ମିଶନକୁ ୧୦ ବର୍ଷ ପୂରିଲା

ଭୁବନେଶ୍ଵର : ରାଜ୍ୟରେ ଆଳୁ ମିଶନକୁ ୧୦ ବର୍ଷ ପୂରିଛି । ହେଲେ ରାଜ୍ୟରେ ଆଳୁ ଉତ୍ପାଦନ କିନ୍ତୁ ୫ଲକ୍ଷ ମେଟ୍ରିକ ଟନ୍‌କୁ ଟପିପାରି ନାହିଁ ।ରାଜ୍ୟର ଆଳୁ ଚାହିଦା ବର୍ଷକୁ ବର୍ଷ ବୃଦ୍ଧି ପାଉଥିବାବେଳେ ଚାହିଦା ପୂରଣ ପାଇଁ ଓଡିଶା ଆଳୁ ପାଇଁ ଅନ୍ୟ ରାଜ୍ୟ ବିଶେଷକରି ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ । ତିରୋଟ ସମୟରେ ଉତ୍ତରପ୍ରଦେଶରୁ ମଧ୍ୟ ଆଳୁ ଆଣିବାକୁ ପଡିଥାଏ । ଏ ବାବଦରେ ଓଡିଶାରୁ କୋଟି କୋଟି ଟଙ୍କା ଅନ୍ୟ ରାଜ୍ୟକୁ ଚାଲିଯାଉଛି । ଆଳୁ ଯୋଗାଣ ନେଇ ପଶ୍ଚିମବଙ୍ଗ ବାରମ୍ବାର ଓଡିଶାକୁ ନାଲିଆଖ୍ ଦେଖାଇବା ସହିତ ଆଳୁ ନପଠାଇବାର ମଧ୍ୟ ନଜିର ରହିଛି । ତେବେ ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡିଶାକୁ ଆତ୍ମନିର୍ଭର କରିବାପାଇଁ ୨୦୧୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା ଆଳୁ ମିଶନ । ଏହି ମିଶନ ଜରିଆରେ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଗଲା । ବିଶେଷକରି ଯେଉଁ ଚାଷୀମାନେ ଆଳୁଚାଷ କରିବେ ସେମାନଙ୍କୁ ହେକ୍ଟରପ୍ରତି ୪୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିଲା । ଲକ୍ଷ୍ୟଥୁଲା ୨୦୨୪ ସୁଦ୍ଧା ରାଜ୍ୟରେ ୧୫ ହଜାର ହେକ୍ଟରରୁ ଅଧ‌ିକ ଜମିରେ ଆଳୁଚାଷ କରି ଓଡିଶାର ଆବଶ୍ୟକତା ପୂରଣ କରିବା ।ହେଲେ ମିଶନ କାର୍ଯ୍ୟକାରୀ ହେବାଠାରୁ ବର୍ତ୍ତମାନ ସୁଦ୍ଧା ଆଳୁ ଉତ୍ପାଦନ ୨.୧ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି । ଏହା ସତ୍ତ୍ୱେ ବି ରାଜ୍ୟରେ ଆଳୁ ଉତ୍ପାଦନ ୫ଲକ୍ଷ ମେଟ୍ରିକ ଟନ୍‌କୁ ଟପିପାରି ନାହିଁ । ୨୦୨୪-୨୫ ବର୍ଷରେ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ୍ ୪,୮୮,୫୫୦ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହୋଇଥିବା ଜଣାଯାଇଛି ରାଜ୍ୟରେ ଏବେ ବର୍ଷକୁ ୧୪ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଆବଶ୍ୟକ ଥିବାବେଳେ ଉତ୍ପାଦିତ ଆଳୁ ସମୁଦ୍ରକୁ ଶଙ୍ଖ ଭଳି ହୋଇଛି । ତଥାପି ଅମଳ ସମୟରେ ଏହି ଆଳୁକୁ ସାଇତିବା ପାଇଁ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ତାହାକୁ ଅଳ୍ପ ଦରରେ ବ୍ୟବସାୟୀଙ୍କ ହାତରେ ଟେକି ଦେଉଛନ୍ତି । ବ୍ୟବସାୟୀମାନେ ଏହି ଆଳୁକୁ ନେଇ ପଡୋଶୀ ରାଜ୍ୟର ଶୀତଳଭଣ୍ଡାରରେ ରଖ୍ ପରବର୍ତ୍ତୀ ସମୟରେ ଓଡିଶାକୁ ଅଧିକ ଦରରେ ବିକ୍ରି କରୁଛନ୍ତି । ସରକାରୀ ହିସାବରେ ଏବେ ରାଜ୍ୟରେ ୩୫ଟି ଶୀଳତଭଣ୍ଡାର ରହିଛି ଯାହାର କ୍ଷମତା ୧,୭୨,୧୮୦ ମେଟ୍ରିକ ଟନ୍ । ଫଳରେ ରାଜ୍ୟରେ ଉତ୍ପାଦିତ ହେଉଥ‌ିବା ପାଖାପାଖୁ ୫ଲକ୍ଷ ଟନ୍‌ ଆଳୁ ରଖିବାପାଇଁ ବି ଆମ ନିକଟରେ ଶୀତଳଭଣ୍ଡାର ନାହିଁ । ଯଦିଓ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ବିଗତ ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଥିଲେ କିନ୍ତୁ ରଦ୍ୟୋଗୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କଲେନାହିଁ । ଚଢା ଦରର ବିଦ୍ୟୁତ୍ ଦେୟ ଏ କ୍ଷେତ୍ରରେ ବଡ ବାଧକ ସାଜିଲା ।ବର୍ତମାନ ରାଜ୍ୟ ସରକାର ଶୀତଳଭଣ୍ଡାର ପ୍ରତିଷ୍ଠା ଉପରେ ଗୁରୁତ୍ବ ଦେବା ସହିତ ପ୍ରତି ବ୍ଲକରେ ଅତନ୍ତଃପକ୍ଷେ ଗୋଟିଏ ଶୀତଳଭଣ୍ଡାର

ଆଳୁ ଉତ୍ପାଦନ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button