District

ମ।ଟିର ଉର୍ବର ତ। ହର୍ସ ପ।ଉଛି ବିରି ଚଷ ପ୍ରତି ଚ।ଷୀ ବିମୁଖ

ମାଟିର ଉର୍ବରତା ହ୍ରାସ ପାଉଛି

ବିରି ଚାଷ ପ୍ରତି ଚାଷୀ ବିମୁଖ

ଝରିଗାଁ,ତା୨୪|୧୦

ଦିନଥିଲା ଝରିଗାଁ ବ୍ଲକର ପ୍ରାୟ ଅଞ୍ଚଳରେ ବିରି ଚାଷ ଚାଷୀ କରୁଥିଲେ । ପର୍ଯ୍ୟାପ୍ତ ପରିମାଣର ବିରି ଉତ୍ପାଦନ ହେଉଥିଲା । ଅଂଚଳର ବ୍ୟବସାୟୀ ଚାଷୀ ଠାରୁ ବିରି କିଣି ବାହାର ରାଜ୍ୟକୁ ଇସ୍ତାନି କରି ଭଲ ରୋଜଗାର କରି ଲାଭବାନ ହେଉଥିଲେ। ସମୟକ୍ରମେ ପ୍ରାୟ ତିନି ଦଶନ୍ଧି ହେବ ବିରି ବିରଳ ଚାଷରେ ପରିଗଣିତ ହେଉଛି । ମାଟିର ଉର୍ବରତା କମୁଥୁବାରୁ ଚାଷୀ ବିରି ଚାଷ ପ୍ରତି ବିମୁଖ ହେଉଛନ୍ତି ।

ଜିଲ୍ଲାର ରାଇଘର ବ୍ଲକରେ ପ୍ରଥମେ ବେଙ୍ଗଲି ସମ୍ପ୍ରଦାୟ ଶଙ୍କର ଜାତୀୟ ମଳା ଚାଷ ଆରମ୍ଭହୋଇଥିଲା । ସ୍ବଳ୍ପ ଦୃଷ୍ଟି, କମ ଖର୍ଚ୍ଚ, କମ ସମୟ ଅବଧୂ ଓ ଅଳ୍ପ ପରିଶ୍ରମରେ ଅଧିକ ଲାଭକୁ ଦୃଷ୍ଟିରେ ରଖ୍ ଝରିଗାଁ ବ୍ଲକରେ ମକା ଚାଷ ପ୍ରତି ଚାଷୀ ଆକୃଷ୍ଟ ହୋଇଥିଲେ । ଯାହାଫଳରେ ବିରି ଚାଷ ଧୀରେ ଧୀରେ ହ୍ରାସ ପାଇଲା। ଯେଉଁ ଡଙ୍ଗର କିସମ ଜମି ଗୁଡିକରେ ବର୍ତ୍ତମାନ ମକା ଚାଷ ଦେଖିବାକୁ ମିଳୁଛି ସେସବୁ ଜମିରେ ବିରି, କୋଳଥ, ମାଣ୍ଡିଆ, ସୁଆଁ, ଖେଡଜନା (ଚନ୍ଦ୍ରି), ଝୁଡୁଙ୍ଗ, ମାଣ୍ଡିଆ ଆଦି ଲୋକେ ଚାଷ କରି ଆସୁଥିଲେ । ବ୍ଲକ କୃଷି ବିଭାଗ ସୂଚନା ପ୍ରଜାରେ ସାମ୍ପ୍ରତିକ ସ୍ଥିତିରେ ସମୁଦାୟ ଚାଷ ଜମିର ପରିମାଣ ୧୭,୩୫୦ ହେକ୍ଟର ଜମି ରହିଥିବା ବେଳେ ସେଥମଧ୍ୟରୁ ଡଙ୍ଗର ଜମି ୭୯୫୦ ହେକ୍ଟର ରହିଛି ଏବଂ ସେହି ଜମି ଗୁଡିକରେ ମଜା ଚାଷ ଜାରି ରହିଛି। ତେଣୁ ପ୍ରାୟ ପଚାଶ ପ୍ରତିଶତ ଉତ୍ପାଦନ ଜାଲି

ଜାତୀୟଫସଲ ମଧ୍ୟରେ ରହିଥ‌ିବା ପ୍ରମୁଖ ଫସଲ ବିରି ଚାଷ ଅଧିକ ମାତ୍ରାରେ ହ୍ରାସ ପାଇଛି। ମକା ଚାଷରେ ପ୍ରଯୋଗ ହେଇଥିବା ରାସାୟନିକ ସାରର ବ୍ୟବହାର ଅର୍ଦ୍ଧ୍ଵ ମାତ୍ରାରେ ବ୍ୟବହୃତ ହେଉଥିବାରୁ ମାଟିର ପୋଷକ ତତ୍ତ୍ବ ଅବକ୍ଷୟ ସାଙ୍ଗକୁ ଜମି ଭର୍ବରତା କମିଗଲାଣି। ଜୈବିକ ସାର ଅଭାବରେ ରାସାୟନିକ ସାର ବ୍ୟବହାର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। କାଁ ଭାଁ ଦେଖ‌ିବାକୁ ମିଳୁଛି ବିରି ଫସଲ । ଉତ୍ପାଦନ ହ୍ରାସ ଯୋଗୁ ବିରି ଦର ଆକାଶଛୁଆଁ ହୋଇଛି। ଏହି ଅଞ୍ଚଳରେ ବର୍ଷରେ ଥରେ ବିରି ଚାଷ ହେଉଥିବା ବେଳେ ଜଳସେଚିତ ଜମି ଗୁଡ଼ିକରେ ବର୍ଷକୁ ତିନି ଥର ବିରି ଉତ୍ପାଦନ ହୋଇଥାଏ। ଗୋଟିଏ ଏକରରେ ଛଟା ବୁଣା ପାଇଁ ବିରି ବିହନ ୮ ରୁ ୧୦

କିଲୋ ଆବଶ୍ୟକ ହୋଇଥାଏ। ସେହିପରି ଧାଡ଼ି କରି ଚାଷ କଲେ ୧୦ରୁ ୧୨ କିଲୋ ବିହନ ଲାଗିଥାଏ। ବୁଣା ବିରି ୪ ରୁ ୫ କିଣ୍ଢାଇ ବିରି ଅମଳ ହୋଇଥାଏ ଏବଂ ଧାଡ଼ି ଲଗାରେ ୬ ରୁ ୮ କ୍‌ବିଣ୍ଟାଲ ଉତ୍ପାଦନ ହୋଇଥାଏ। ଏହି ଚାଷକୁ ରୋଗପୋକ ଲାଗିବାର ଆଶଙ୍କା ଅଧିକ ରହିଥାଏ। କୀଟନାଶକ ପ୍ରଯୋଗ କରି ରୋଗ ପୋକ ଦମନ ଓ ନିୟନ୍ତ୍ରଣ କଲେ ଚାଷୀ ବହୁ ମାତ୍ରାରେ ଲାଭାନ୍ୱିତ ହୋଇଥାଏ। ଉନ୍ନତ ବିହନ ମଧ୍ୟରେ ପଛ ଭରଜ ୧୯,୩୦, ୩୧ ଏବଂ ଶାରଳା,ପ୍ରସାଦ, ଉଜ୍ଜାଳ ଆଦି ଉନ୍ନ‌ତ ବିହନ ଚାଷ କଲେ ଉତ୍ପାଦନ ବୃଦ୍ଧି ହୋଇଥାଏ । ଡାଲି ଜାତୀୟ ଫସଲ ନକରିବା କରିବା ଦ୍ବାରା ଜମିରେ ଉର୍ବରତା ମାଟିର ଉର୍ବରତା ଦିନକୁ ଦିନ କମିବାରେ ଲାଗିଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button