District
ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣ ଆହତ
ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଆହତ
ଚନ୍ଦାହାଣ୍ଡି, ୨୪/୧o: ଚନ୍ଦାହାଣ୍ଡି ଥାନା ଅଧୀନସ୍ତ ବତାଝର ନିକଟରେ ଗାଡ଼ି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣ ଆହତ ହୋଇଛନ୍ତି | ଝରିଗାଁ ବ୍ଳକ କାଠବେଡ଼ା ଗ୍ରାମର ଗୋଟିଏ ପରିବାର ଏକ ଇକୋ ଭ୍ୟାନରେ ଚନ୍ଦାହାଣ୍ଡି ଅଞ୍ଚଳକୁ କୌଣସି କାମରେ ଆସିଥିଲେ । ସେଠାରୁ ଫେରିବା ବେଳେ ବତାଝର ଗ୍ରାମ ନିକଟରେ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଗାଡ଼ିରେ ଥିବା ସମସ୍ତେ ଆହତ ହୋଇଥିଲେ ସ୍ଥାନୀୟ ଲୋକେ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସମସ୍ତଙ୍କ ଚିକିତ୍ସା କରାଯାଇଥିବା ବେଳେ ଘରମଣୀ ମାଝୀଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।