ନବରଙ୍ଗପୁର ଠ।ରେ ଜିଲ୍ଲା ସ୍ତରୀୟ ଶିଶୁ ପ।ଇ ଦିନଟିଏ ପ।ଳନ
ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ” ଶିଶୁ ପାଇଁ ଦିନଟିଏ” ପାଳନା।
ନବରଙ୍ଗପୁର ଗୋପାଳ ବେଣୁ ରାଓ,ତା୨୩.୧୦.୨୦୨୫:”ମିଶନ ବାତ୍ସଲ୍ୟ ଯୋଜନା ” ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ଵାରା ଅଶୋକ ମେହେତା ସମ୍ମିଳନୀ କକ୍ଷ ରେ “ଶିଶୁ ପାଇଁ ଦିନଟିଏ” ଜିଲ୍ଲାପାଳ ତ ମହେଶ୍ବର ସ୍ଵାଇଁ ଙ୍କ ଅଧ୍ଯକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ରେ ଆରକ୍ଷୀ ଅଧିକ୍ଷକ ମତ୍ରକର ସଦୀପ ସମ୍ପଦ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ ସନ୍ତୋଷ ପଣ୍ଡା, ଡି ଏସ ତ ବୃ ଓ ଦୁପୌଦି କହଁର, ଏ ଡି.ପି ଏଚ ଓ ତ ମଳୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
oneaga NABARANGPUR
ଗଞ୍ଜନ
Age ଓଡ଼ିଆ
ଜିଲ୍ଲା ସୁରକ୍ଷା କମିଟି, ଜିଲ୍ଲା ଟାସ୍କ ଫୋର୍ସ କମିଟି,ବାଲ୍ୟ ବିବାହ ପ୍ରତିରୋଧ କମିଟି ସଭ୍ୟ,ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷଙ୍କ ସମେତ ଡି ସି ପି ଓ ସୁରେଶ ପଟ୍ଟନାୟକ, ଡି ଏସ ଏସ ଓ ସୁଧାଂଶୁ ପାତ୍ର, ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ଏଲ୍ ଓ ଟୁତୁ ଛୋଟରାୟ, ସମସ୍ତ ବ୍ଲକ ସି ଡି ପି ଓ, ସ୍ୱେଚ୍ଛାସେବୀ ସଂସ୍ଥା ପିରାମଲ, ଆଭା,ମହିଳା ଓ ଶିଶୁ ସହାୟକ ୟୁନିଟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ବୈଠକରେ ଶିଶୁ ପାଇଁ ଦିନଟିଏ ପାଳନ ଅବସରରେ ଜିଲ୍ଲାରେ ବାଲ୍ୟ ବିବାହ ପ୍ରତିରୋଧ ଓ ସଚେତନତା,ଶିଶୁ ଶ୍ରମିକ ଉଦ୍ଧାର, ଶିଶୁର ଅଧିକାର ସୁରକ୍ଷା ଓ ଟାଫୋର୍ସ କମିଟି ର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା
“Hub for Women Empowerment” ର ଜିଲ୍ଲା ସଂଯୋଜିକା ସରିବା ଗାଣୀ ପାଣି ତ୍ରୈମାସିକ କାର୍ଯ୍ୟପ୍ରଗତି ରିପୋର୍ଟ ଉପସ୍ଥାପନ କରିଥିଲେ । ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି, ଯାହାଅନୁଯାୟୀ ନବରଙ୍ଗପୁର ଜିଲ୍ଲାର ୩୦ ଟି ବାଲ୍ୟ ବିବାହ ପ୍ରଭାବିତ ଅଞ୍ଚଳ କୁ ଚିହ୍ନଟ କରି ବାଲ୍ୟ ବିବାହ ପ୍ରତିରୋଧ ଓ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ରୂପେ ଦେଖିବାକୁ ଜିଲ୍ଲା ପ୍ରଶାସନ ର ଅଧିକାରୀ, ପୋଲିସ ବିଭାଗ, ସରପଞ୍ଚ, ଗ୍ରାମ୍ୟ ମୁଖୁଆ, ସମିତି ସଭ୍ୟ ଙ୍କୁ ନେଇ ମିଳିତ ଭାବରେ ଏକ ଦୃଢ଼ ସଚେତନତା ପଦକ୍ଷେପ, ଗ୍ରାମ୍ୟ ସଭା ଓ ବିଶେଷ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେଭଳି ଜିଲ୍ଲାପାଳକ ନିର୍ଦେଶ କ୍ରମେ ଜିଲ୍ଲାର ଶିକ୍ଷା ଓ ମଙ୍ଗଳ ବିଭାଗର ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବାଲ୍ୟ ବିବାହ ପ୍ରତିରୋଧ ସମ୍ପର୍କିତ ଶପଥ ପାଠ କରାଯିବ । ଜିଲ୍ଲାପାଳ ନିଜ ବକ୍ତବ୍ୟରେ ବାଲ୍ୟ ବିବାହ ରୋକିବାରେ ସମସ୍ତଙ୍କ ସୁମନିତ ପ୍ରୟାସ ଓ ବିଶେଷ ସଚେତନତା ଆବଶ୍ୟକ ବୋଲି କହିଥିଲେ । ବୈଠକରେ ସୂଚନା ଅନୁସାରେ ଜିଲ୍ଲାରେ ଜାନୁଆରି ୨୦୨୫ ରୁ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ୩୪୬ ଟି ବାଲ୍ୟ ବିବାହ ରୋକାଯାଇଛି । ୨୦୨୫-୨୬ ରେ ଅର୍ଦ୍ଧେକା ଯୋଜନା ରେ ମୋଟ ୪୮୩୬୧ ଜଣ କିଶୋରୀ କିଶୋର ଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ୨୩୩୦ ଟି ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ପ୍ରତି ଶନିବାର ଦିନ ଜୀବନ ଜୀବିକା,ସଚେତନତା,ଶିକ୍ଷା ଗ୍ରହଣ ଉପରେ ଗୁରୁତ୍ଵ ଦିଆଯାଉଛି । ବୈଠକରେ ବାଲ୍ୟ ବିବାହ କୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସହମତ ହୋଇଥିଲେ ।।