District

ଶାଳପତ୍ର ଦେଉଛି ଆଦିବାସୀଙ୍କୁ ରୋଜଗାର

ଶାଳପତ୍ର ଦେଉଛି ଆଦିବାସୀଙ୍କୁ ରୋଜଗାର

ଉମରକୋଟ,

୨୩/୧୦:

ନବରଙ୍ଗପୁର ଜିଲ୍ଲା ଉମରକୋଟ ଗ୍ରାମାଂଚଳରେ ବସବାସ କରୁଥିବା ଆଦିବାସୀ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସେଗୁଡ଼ିକୁ ବିକ୍ରି କରି ଜୀବିକା ନିର୍ବାହ କରନ୍ତି । ଆଉ ତା’ ମଧ୍ୟରୁ ଶାଳପତ୍ର ଅନ୍ୟତମ । ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରି ଏହାକୁ ବିଡ଼ାବାନ୍ଧି ବଜାରରେ ବିକ୍ରି କରନ୍ତି । ବାଉଁଶ କାଠି ସାହାଯ୍ୟରେ ଖଲି ତିଆରି

କରି କିଛି ରୋଜଗାର କରନ୍ତି । ଏହାସହ ଶାଳ ଓ କରଞ୍ଜ ଗଛର କାଠି କୁ ଦାନ୍ତକାଠି ଭାବେ ବିକ୍ରି କରିଥାନ୍ତି । ଏହାଦ୍ଵାରା ସେମାନେ ଦିନକୁ ୫୦୦ ରୁ ୬୦୦ ଟଙ୍କା ରୋଜଗାର କରନ୍ତି । ପର୍ବ ପର୍ବାଣୀରେ ଅଧିକ ରୋଜଗାର ହୁଏ । ପର୍ବ ପର୍ବାଣୀରୁ ଆରମ୍ଭ କରି ଘରୋଇ ଭୋଜି ଭାତ ଓ ହୋଟେଲ ସବୁଠି ଶାଳପତ୍ର ନିର୍ମିତ ସାମଗ୍ରୀର ଚାହିଦା ରହିଛି । ଠାକୁରଙ୍କ ପାଖରେ ଶାଳପତ୍ରରେ

ଭୋଗ ଲାଗି କରାଯାଏ । ଘରୋଇ କାର୍ଯ୍ୟକ୍ରମରେ ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରନ୍ତି । ଏପରିକି ଉମରକୋଟ ରେ ଥିବା ଅଧିକାଂଶ ହୋଟେଲରେ ଶାଳପତ୍ରରେ ଖାଦ୍ୟ ପରସନ୍ତି ବ୍ୟବସାୟୀ । ସବୁଠାରୁ ବଡ଼ କଥା ହେଲା ପତ୍ରରେ ନିର୍ମିତ ହୋଇଥିବାରୁ ଏହା ପରିବେଶକୁ ନଷ୍ଟ କରେ ନାହିଁ । ଶାଳପ‌ତ୍ରରେ ଖାଇବା ମଧ୍ୟ ସ୍ଵାସ୍ଥ୍ୟପାଇଁ ଭାରି ଉପକାରୀ । ଉମରକୋଟରେ ଥିବା ଶାଳ ଜଙ୍ଗଲ ଆଦିବାସୀ ଲୋକଙ୍କୁ ରୋଜଗାରକ୍ଷମ କରାଏ । କୋରାପୁଟର କଫି ଭଳି ଶାଳପ‌ତ୍ର ଉମରକୋଟ ର ପରିଚୟ ବୋଲି କୁହନ୍ତି ନବରଙ୍ଗପୁର ଜିଲ୍ଲା ବାସୀ । ଜଙ୍ଗଲ ଲୋକଙ୍କୁ ରୋଜଗାର ଦେଉଥିବାରୁ ଜଙ୍ଗଲ ବୃଦ୍ଧି ପାଇଁ ସରକାର ଦୃଷ୍ଟି ଦେଲେ ବନବାସୀ ମାନଙ୍କ ରୋଜଗାର ବଢ଼ି ପାରିବ ବୋଲି ମତ ପ୍ରକାଶ ପାଇଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button