ଭୁବନେଶ୍ବର ୧ ନମ୍ବର ହ।ଟରେ ଅଗ୍ନିକାଣ୍ଡ ଜଳିଗଲ। ୪୦ ଦେ।କ।ନ
ଭୁବନେଶ୍ବର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ, ଜଳିଗଲା ୪୦ ଦୋକାନ
ଭୁବନେଶ୍ଵର, ୨୨୵୧୦ : ରାଜଧାନୀ ଭୁବନେଶ୍ଵରର ସବୁଠାରୁ ବଡ଼ ହାଟ ‘ୟୁନିଟ୍-୧’ରେ ଆଜି ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଦେଖୁବାକୁ ମିଳିଛି । କୌଣସି ଏକ ତେଜରାତି ଦୋକାନରୁ ଆରମ୍ଭହୋଇଥିବା ନିଆଁ ପ୍ରାୟ ୪୦ଟି ଦୋକାନକୁ ଧ୍ୱଂସ କରି ଦେଇଛି। ଫଳରେ ବ୍ୟବସାୟୀମାନଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଗ୍ରୀ ପାଉଁଶ ହୋଇଯାଇଛି।
ଅଗ୍ନିଶମ ବି ବିଭାଗ ପକ୍ଷରୁ କୁହାଯାଇଛି ଭୁବନେଶ୍ୱର ଭୁବନେଶ୍ଵର ୟୁନିଟ – ୧ ହାଟରେ ଥୁବା ତେଜରାତି ଦୋକାନଗୁଡ଼ିକ ଡ଼ିକରେ ଅପରାହ୍ଣ ପ୍ରାୟ ୨ଟା ୪୦ରେ ଅଗ୍ନିକାଣ୍ଡ ଘଟିଥିଲା । ସୂଚନା ମିଳିବା ପରେ ତୁରନ୍ତ ଅଗ୍ନି ବ।ହିନି ଲୋକ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଅଗ୍ନିଶମ ବିଭାଗ ଯୁଦ୍ଧକାଳୀନ ଭିତି ରେ ନି ଆଁ ଲିଭାଇବାକୁ ଉଦ୍ୟମ କରିଥିଲା ନି ଆଁ ଲିଭାଇବାକୁ ଶତାଧ୍କ କର୍ମଚାରୀ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଝାଳବୁହା ପରିଶ୍ରମ କରିଛନ୍ତି। ଅଗ୍ନିଶମ ବିଭାଗର ଅଧିକାରୀ ରମେଶ ମାଝୀ କହିଛନ୍ତି, ୟୁନିଟ୍ —୧ ମାର୍କେଟ୍ରେ ନିଆଁ ଲାଗିବା ନେଇ ଆମକୁ ଅପରାହ୍ଣ ୨ଟା ୪୦ରେ ସୂଚନା ମିଳିଥୁଲା ସୂଚନା ମିଳିବାର ମାତ୍ର
୩ ମିନିଟ୍ ମଧ୍ଯରେ ଆମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କର କାମ ଆରମ୍ଭକରିଦେଇଥିଲେ । ନିଆଁ ଲିଭାଇବା ୧୫ଟି ଗାଡ଼ି ବ୍ୟବହାର କରାଯାଇଥିଲା । ଏଥିରେ ୧୪୦ ଜଣ ଆଗ୍ନିକ ମୁତୟନ ଥିଲେ ଦୋକାନରେ ଜଳନଶୀଳ ଜିନିଷ ଥିଲା ଏଥ୍ ପାଇଁ କମ ସମୟ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପି ଥିଲା । ଅଗ୍ନି କାଣ୍ଡର କାରଣ ଜଣାପଡ଼ି ନାହିଁ। କେଉଁଠାରୁ ଏହା ଆରମ୍ଭ ହେଲା ଏନେଇ ବର୍ତ୍ତମାନ ପରିପ୍ରେକ୍ଷୀରେ କୁହାଯାଇପାରିବ ନାହିଁ | ନିଆଁ ଲିଭାଇବା ହେଉଛି ଆରମ ପ୍ରାଥମିକତା ।
ସଂପୂର୍ଣ ଭାବେ ନିଆଁ ଆୟତ୍ତ ହେଲା ପରେ ଏହାର କାରଣ ଖୋଜା ଯିବା ସୂଚ ସୂଚନାଯୋଗ୍ୟ, ଭୁ ବ ନେ ଶ୍ଵ ର ୟୁ ନି ଟ୍ — ୧ ମାର୍କେଟରେ ଅଗ୍ନିକାଣ୍ଡ ଘଟଣା ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଏହି ବିଶାଳ ବଜାରରେ ଅଗ୍ନିକାଣ୍ଡ ଘଟି ଅନେକ ଦୋକାନ ଜଳି ଯାଇଥିଲା। ବୃହତ୍ ମାର୍କେଟ ଭିତରେ ହଜାର ହଜାର ଦୋକାନ ଲାଗିଲାଗି ରହିଥିବାରୁ ଏଠାରେ ଅଗ୍ନିକାଣ୍ଡ ଘଟିଲେ କମ୍ ସମୟ ମଧ୍ୟରେ ଏହା ବହୁ ଜିନିଷପତ୍ର କ୍ଷତି ପହଞ୍ଚାଇଥାଏ ।