District

ହ।ତୀ ଆକ୍ରମଣ ରେ ଯୁବକ ଗୁରୁତର

ହାତୀ ଆକ୍ରମଣରେ ଯୁବକ ଗୁରୁତର

ମୋରଡ଼ା, ୨୨/୧୦

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ ଅକ୍ରମଣରେ ଜଣେ ଯୁବକ ଗୁରୁ ଗୁରୁତର ହୋଇଛନ୍ତି। ସେ ହେଲେ ଟୁପୁରା ଗ୍ରାମର ସମରାଇ ହେମ୍ବ୍ରମ । ଚିକିତ୍ସା ପାଇଁ ତାଙ୍କୁ ରାସଗୋବିନ୍ଦପୁର ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପ୍ରଥମେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ବାରିପଦାସ୍ଥିତ ପିଆର୍‌ଏମ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ସମରାଇ ଗତ ରବିବାର ପାଖ ଗାଁ କପ୍ତିପଦାକୁ ଫୁଟବଲ ଖେଳ ଦେଖୁବାକୁ ଯ।ଇଥିଲେ । ଖେଳ ଦେଖି ସାରି ସନ୍ଧ୍ୟାରେ ଘରକୁ ଜଙ୍ଗଲ ଫେରିବା ସମୟରେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ଆକ୍ରମଣରେ ତାଙ୍କ ଗୋଡ଼ ଭାଙ୍ଗି ଯିବାରୁ ରାତି ତମାମ ଗୁରୁତର ଅବସ୍ଥାରେ ସେ ଜଙ୍ଗଲରେ ପଡ଼ି ରହିଥିଲେ। ସୋମବାର ପୂର୍ବାହ୍ନ

ହାତୀ ଆକ୍ରମଣରେ ଗୁରୁତର ସମରାଇ ହେମ୍ବ୍ରମ।

୧୧ଟାରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ସମରାଇ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖ୍ ବନ ବିଭାଗକୁ ଖବର ଦେଇଥିଲେ।

ରାତି ତମ।ମ ଜଙ୍ଗଲରେ ପଡ଼ି ରହିଲେ । ଖବର

ପାଇ ଫରେଷ୍ଟର ମାଳତୀ ଫରେଷ୍ଟଗାର୍ଡ ଅରବିନ୍ଦ ଗିରି ଘଟଣା ଘଟଣାସ୍ଥଳରେ ପହ‌ଞ୍ଚି ସମରାଇଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ତେବେ ସମରାଇ ରାତି ଗୁରୁତର ଅବସ୍ଥାରେ ଜଙ୍ଗଲରେ ପଡ଼ିରହି ଛଟପଟ ହେବା ଘଟଣା ରେ ବନ ବିଭାଗର ଅବହେଳାକୁ ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି । ଏନେଇ ରେଞ୍ଜର ଘନଶ୍ୟାମ ସିଂଙ୍କୁ ପଚାରିବାରୁ ଜଙ୍ଗଲ ପାର୍ଶ୍ବ କେନାଲ ରାସ୍ତାରେ ବନ ବିଭାଗ କର୍ମଚାରୀ ଥିଲେ। ଉକ୍ତ ଜଙ୍ଗଲରେ ୩ ଦିନ ହେଲା ହାତୀ ଅଛନ୍ତି ବୋଲି ଗାଁ ଲୋକକୁ ସୂଚନା ଦେବା ସତ୍ତ୍ୱେ ସମରାଇ କେନାଲ ରାସ୍ତାରେ ନ ଆସି ଜଙ୍ଗଲ ମଝିରେ ଘରକୁ ଫେରୁଥିଲେ। ତେବେ କ୍ଷତିଗ୍ରସ୍ତ ସମରାଇଙ୍କୁ ସରକାରୀ ସହାୟତା ମିଳିବ ବୋଲି ସେ କହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button