District

ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ବ।ଲଡ। ରେଞ୍ଜର ୪ ସ୍ଵର୍ଣ୍ଣ ପଦକ

ବାଲଡ଼ା ରେଞ୍ଜରଙ୍କୁ ୪ ସ୍ବର୍ଣ୍ଣ

ରାଜ୍ଯସ୍ତରୀୟ ପ୍ରତିଯୋଗିତା

ନନ୍ଦପୁର, ୨୨।୧୦

କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍ ବାଲଡ଼ା ବନାଞ୍ଚଳ ଅଧିକାରୀ ବାଦଲ କୁମାର ମହାନ୍ତି ରାଜ୍ୟସ୍ତରୀୟ ଚାଲିବା (ୱାକିଂ) ପ୍ରତିଯୋଗିତାରେ ୪ ସ୍ବର୍ଣ୍ଣ ପଦକ ହାସଲକରି ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି। ପୂର୍ବରୁ ସେ ଜୋନ୍ ସ୍ତରରେ ୪ ସ୍ୱର୍ଣ୍ଣ ପଦକ ହାସଲକରି ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ । ରାଜ୍ୟସ୍ତରରେ ଆୟୋଜିତ ୪୦୦ ମିଟର, ୮୦୦ ମିଟର, ୧୫୦୦ ମିଟର ଓ ୧୦୦୦୦ ମିଟର ଚାଲିବା ପ୍ରତିଯୋଗିତାରେ ୪ ସ୍ୱର୍ଣ୍ଣ ହାସଲ କରିଛନ୍ତି । ୫୯ ବର୍ଷ ବୟସରେ ରେଞ୍ଜର ମହାନ୍ତିଙ୍କ ଏଭଳି ସଫଳତା ପାଇଁ ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତାଙ୍କୁ ଫିଟ୍ ରେଞ୍ଜରର ଆଖ୍ୟା ଦେଇଛନ୍ତି | ନଭେମ୍ବର ୧୨ରୁ ୧୬ ତାରିଖ ଡେରାଡୁନ୍‌ରେ

ବାଦଲ ମହାନ୍ତି।

ଜାତୀୟ ସ୍ତରୀୟ ପ୍ରତିଯୋଗିତା ହେବ। ଏଥିପାଇଁ ଅକ୍ଟୋବର ୨୬ରୁ ୬ ଯାଏ ଭୁବନେଶ୍ଵରରେ ରାଜ୍ୟ ବନ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି। ରେଞ୍ଜର ମହାନ୍ତି ୨୦୨୬ ମାର୍ଚ୍ଚ ୩୧ରେ ଚାକିରିରୁ ଅବସର ନେବେ। ଜାତୀୟ ସ୍ତର ପ୍ରତିଯୋଗିତାରେ ସେ ସଫଳ ହେବେ ବୋଲି ଆଶା ରଖୁଥ‌ିବା କହିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button