District

ରାଜ୍ୟରେ ବନ୍ଦ ହେବ ୫୬୩୦ ସ୍କୁଲ

ରାଜ୍ୟରେ ବନ୍ଦ ହେବ ୫୬୩୦ ସ୍କୁଲ୍

ପଶ୍ଚିମ ଓଡ଼ିଶାରୁ ୧୮୨୬; ନୂଆପଡ଼ାରେ ୧୫୬

ଭୁବନେଶ୍ଵର, ୨୨/୧୦ : ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରିବେ ରାଜ୍ୟ ସରକାର ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ସର୍ଭେ ମଧ୍ୟ ସରିଛି। ରାଜ୍ୟସାରା ପ୍ରାୟ ୫୬୩୦ ବିଦ୍ୟାଳୟକୁ ବନ୍ଦ ସର୍ଭେ କରାଯାଇଥିବାବେଳେ କେବଳ ପଶ୍ଚିମ ଓଡ଼ିଶାର ୧୮୨୬ ବିଦ୍ୟାଳୟ ବନ୍ଦ କରିବା ପାଇଁ ଚିହ୍ନଟ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧ‌ିକ ୩୯୭ଟି ବିଦ୍ୟାଳୟକୁ ବନ୍ଦ ବା ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ପାଇଁ ଜିଲ୍ଲା କମିଟି ସୁପାରିଶ କରିଥିବାବେଳେ ନୂଆପଡ଼ା ଜିଲ୍ଲାର ୧୫୬ଟି ବିଦ୍ୟାଳୟ ଏହି ତାଲିକାରେ ରହିଛି। ସାଧାରଣ ନିର୍ବାଚନ ପୂର୍ବରୁ ବନ୍ଦ ସ୍କୁଲ୍‌ଗୁଡ଼ିକୁ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାରକୁ ଆସିବା ପରେ ବିଦ୍ୟାଳୟ ବନ୍ଦ

କରିବା ପାଇଁ ନିଷ୍ପରି ନେଇଥିବାରୁ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ ବା ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ପାଇଁ ଗତ ମାର୍ଚ୍ଚ ମାସରେ ବିଜ୍ଞପ୍ତି ଜାରି ହୋଇଥିଲା । ସେହି ଅନୁଯାୟୀ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ଙ୍କ ଅଧ୍ଯକ୍ଷତାରେ ଏକ କମିଟି ଗଠନ କରାଯାଇ କମ୍ ପିଲା ଥୁବା ବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ କରିବା ସହ ନିକଟସ୍ଥ ବିଦ୍ୟାଳୟ ସହ ଦୂରତା ସମ୍ପର୍କରେ ସର୍ଭେ କରାଯାଇଥିଲା । ତଦନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧ‌ିକ ୩୯୭ଟି ବିଦ୍ୟାଳୟ ଚିହ୍ନଟ ହୋଇଥିବାବେଳେ ବରଗଡ଼ ଜିଲ୍ଲାରେ ୨୭୩, ବଲାଙ୍ଗୀରରେ ୨୮୬, ବୌଦ୍ଧରେ ୧୪୫, ଝାରସୁଗୁଡ଼ାରେ ୧୦୭, ନୂଆପଡ଼ାରେ ୧୫୬,

ସମ୍ବଲପୁରରେ ୨୩୩, ସୋନପୁରରେ ୧-ଓ ଦେବଗଡ଼ରେ ୮୫ଟି ବିଦ୍ୟାଳୟକୁ କରିବା ପାଇଁ ଚିହ୍ନଟ କରାଯାଇଛି । କିଛି ସ୍ଥାନ ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଆଠ ୩୧ ତାରିଖ ମଧ୍ୟରେ ସମ୍ପୃକ୍ତ ବିଦ୍ୟାଳ ପରିଚାଳନା କମିଟି ଓ ଗ୍ରାମବାସୀମାନେ ଏ ଜିଲ୍ଲାପାଳ ବା ଡିଇଓଙ୍କ ନିକଟରେ ଅଭି କରିପାରିବେ ବୋଲି କୁହାଯାଇଛି। ବନ୍ଦ ହୋଇ ବିଦ୍ୟାଳୟ ଖୋଲିବା ପାଇଁ ନିର୍ବାଚନି ପ୍ରତି-ଦେଇଥିବା ବିଜେପି ସରକାରକୁ ଆସିବା ଫ ଦୋହରା ଆଭିମୁଖ୍ୟ ଆପଣାଇଛି| ଶିକ୍ଷାବିତ ଅଭିଭାବକମାନେ ଏହାର ପ୍ରତିବାଦ କରିବା ସରକାରଙ୍କ ଏପରି ନିଷ୍ପଭି ଭାରି ପଡ଼ିବ ସେ ଚେତାବନୀ ଦେଇଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button