District

ହେଉ ନି ଗ୍ୟାଲେରୀ ଜଳ ନିଷ୍କାସନ ସିମେଣ୍ଟ ବନ୍ଧ ରେ ଉଠିଲ।ଣି ଗଛ

ହେଉନି ଗ୍ୟାଲେରି ଜଳ ନିଷ୍କାସନ, ସିମେଣ୍ଟ ବନ୍ଧରେ ଉଠିଲାଣି ଗଛ

ତେଗୁଳିଗୁଣ୍ଡି, ୨୨/୧୦

ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପର ଉଭୟ ମାଟିବନ୍ଧ ଏବଂ କଂକ୍ରିଟ ବନ୍ଧ ସମେତ ୮ଗୋଟି ଡାଇଜ୍‌ର ସୁରକ୍ଷା ବର୍ତ୍ତମାନ ପ୍ରଶ୍ନ ଘେରରେ। ରକ୍ଷଣାବେକ୍ଷଣା ପ୍ରତି ଜଳ ସମ୍ପଦ ବିଭାଗ ଏକ ପ୍ରକାର ଆଜ୍‌ ବନ୍ଦ କରିଦେଇଥିବା ବେଳେ କାଗଜକଲମରେ ବନ୍ଧ ସମ୍ପୂର୍ଣ ସୁରକ୍ଷିତ ଥିବା ଦର୍ଶାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ବନ୍ଧ ସୁରକ୍ଷା ପ୍ରତି ଅବହେଳା କରାଯାଇଥିବା ଅଭିଯୋଗ ହେଉଛି।

ଦୀର୍ଘଦିନରୁ ଅବହେଳିତ ହୋଇ ରହିଥିବା ଦେଓପାଲିସ୍ଥିତ ଇନ୍ଦ୍ରାବତୀ ମୁଖ୍ୟ ବନ୍ଧ ଗ୍ୟାଲେରିର ୨୩ ନମ୍ବର ପ୍ରକୋଷ୍ଠ ଫାଟକ ଏବଂ ୧୪ ନମ୍ବର ସମ୍ପ

ଭୂତଳ ଜଳ ଗ୍ୟାଲେରି ଭିତରେ ପୂର୍ଷହୋଇ ପ୍ରବେଶ ଫାଟଳ ଦେଇ ବାହାରକୁ ବାହାରୁଛି।

ଚାମର ମୁଖ୍ୟ ଅପରେଶନ ଗ୍ୟାଲେରିରୁ ଭୁତଳ ଜଳ ନିଷ୍କାସନ ଦୀର୍ଘବର୍ଷ ଧରି କରାଯାଉନାହିଁ। ଫଳରେ ଭୂତଳ ଜଳ ଗ୍ୟାଲେରି ଭିତରେ ପୂର୍ଣ୍ଣ ହୋଇ ପ୍ରବେଶ ଫାଟକ ଦେଇ ବାହାରକୁ ଆସୁଥିବା ଦେଖ‌ିବାକୁ ମିଳୁଛି । ଉଭୟ ଇନ୍ଦ୍ରାବତୀ ଏବଂ ପୁରାନ ସଂକ୍ରିଟ ବନ୍ଧର ଗ୍ୟାଲେରି ଜଳ ନିଷ୍କାସନ କରାଯାଇ ନ ଥିବାବେଳେ ଡ୍ୟାମ୍ ସମ୍ପୂର୍ଣ ସୁରକ୍ଷିତ ବୋଲି ଦର୍ଶାଯାଇଛି। ୨୦୨୩ରେ ସମ୍ପୂର୍ଣ ବନ୍ଧକୁ ସବୁଜ ରଙ୍ଗ କରାଯାଇଥିଲା। ପରେ ଆଉ ଦୃଷ୍ଟି ନ ଦେବା କାରଣରୁ ସଂକ୍ରିଟ ବନ୍ଧରେ ଗଛ ଉଠିଲାଣି। ଦେଓପାଲିସ୍ଥିତ ଇନ୍ଦ୍ରାବତୀ ଜ୍ୟାମ୍ବର ୭ ଫାଟକ ଏବଂ ପୁରାନ କ୍ୟାମ୍ବର ୫ ଫାଟକ ମଧ୍ୟରୁ କିଛି ଫାଟକ କାର୍ଯ୍ୟକ୍ଷମ ନ ଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଛି।

ସେଗୁଡ଼ିକର ମରାମତି ପ୍ରତି ଜଳସେଚନ ବିଭାଗ ସମ୍ପୂର୍ତ୍ତ ଆଖ୍ ବୁଡିଦେଇଥିବା ଅଭିଯୋଗ ହେଉଛି। ଡ୍ୟାମ୍‌ରେ ଲାଗିଥିବା ରବର ବୁଷ୍ ନଷ୍ଟହୋଇ ପାଣି ଲିକ୍ କରୁଛି। ଡ୍ୟାମ୍‌ରେ ମାଟିବନ୍ଧଗୁଡିକରେ ଭଲହୁଙ୍କା ଉଠିଥିବାବେଳେ ସେଗୁଡିକ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁନାହିଁ I ଜଳ ସମ୍ପଦ ବିଭାଗ ହାତଗଣତି କେତେଜଣ ଯନ୍ତ୍ରୀ ଏବଂ ସୁରକ୍ଷା କର୍ମୀଙ୍କ ହାତରେ ଇନ୍ଦ୍ରାବତୀ ପ୍ରକଳ୍ପର ଦାୟିତ୍ଵ ଦିଆଯାଇଛି। କିନ୍ତୁ ତାହାର ଦେଖାଶୁଣା ହେଉ ନ ଥିବା ଅଭିଯୋଗ ହେଉଛି। ଏନେଇ ଇନ୍ଦ୍ରାବତୀ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନରେଶ ପାତ୍ର ଙ୍କୁ ଯୋଗାଯୋଗ କରିବାରୁ ସ୍ଥିତି ପରଖୁବା ସହ ମୁଖ୍ୟଯନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button