District

ଡିଏଚ୍ଏଚ୍‌ର ହଟିଲ। ଆବଜନ। ଓ ଚ।ଲୁ ହେଲ। ସଫେଇ କାର୍ଯ୍ୟକ୍ରମ

ଡିଏଚ୍ଏଚ୍‌ର ହଟିଲା ଆବର୍ଜନା

ନବରଙ୍ଗପୁର, ୨୨/୧୦: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ଗତ ଦିନରେ ଖବରରେ ପ୍ରକାଶିତ ହୋଇଥିଲା। ଏହାପରେ ଡିଏଚ୍ଏଚ୍‌ର ସଫେଇ କାମ କରୁଥିବା ଘରୋଇ ସଂସ୍ଥା ସହ ପୂର୍ତ୍ତ ବିଭାଗ ପକ୍ଷରୁ ଆବର୍ଜନା ହଟାଯାଇଛି। ସୂଚନାଯୋଗ୍ୟ, ଡିଏଚ୍ଏଚ୍‌ର ଦୁଇଟି କୋଠା ରହିଛି। ପୁରୁଣା କୋଠାର ଉପରକୁ ସଂପ୍ରସାରଣ କରାଯାଇ ଅନେକ ୱାର୍ଡ କରାଯାଇଛି । ଏଠାରେ ପ୍ରସ୍ତୁତି ଓ ଶିଶୁ ବିଭାଗ ବ୍ୟତୀତ ଅନ୍ୟ ସବୁ ବିଭାଗ ରହିଛି। ସିଡିଏମ୍‌ଓ

କାର୍ଯ୍ୟାଳୟ ପାର୍ଶ୍ଵରେ ମାତୃ ଓ ଶିଶୁ ୱାର୍ଡ ରହିଛି କିନ୍ତୁ ଡିଏଏଚ୍ର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖ।ଦେଇଥିଲା । । ଡିଏଚ୍ଏଚ୍‌ର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମାସିକ ଲକ୍ଷାଧିକ ଟଙ୍କା ଖର୍ଚ କରାଯାଉଛି ଏହି ବ୍ୟବସ୍ଥା ଏକ ଘରୋଇ ସଂସ୍ଥା ହାତରେ ନ୍ୟସ୍ତ ରହିଛି। ତଥାପି ଏଠାରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା

ପୂତ୍ତଗନ୍ଧମୟ ପରିବେଶ ଯୋଗୁଁ ରୋଗୀମାନେ ହଇରାଣ ହେଉଥିଲେ । ସମ୍ପର୍କୀୟମାନେ ଅଳ୍ପ କିଛି ସମୟ ୱାର୍ଡରେ ରହି ଅଧିକାଂଶ ସମୟ ବାହାରେ ରହିବାକୁ ବାଧ୍ଯ ହେଉ ଥିଲେ । ଖବର ପ୍ରକାଶିତ ହେବା ପରେ ଆବର୍ଜନା ବେଳେ ଆଗାମୀ ଦିନରେ ମଧ୍ୟ ଏ ଦିଗରେ ସଂପୃକ୍ତ ସଂସ୍ଥା ଦୃଷ୍ଟି ଦେବାକୁ ସଂପର୍କୀମାନେ ଦାବି କରିଛନ୍ତି

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button