District

ନନ୍ଦପୁର ରେ ଷ୍ଟ୍ରିଟ୍ ଲ।ଇଟ୍ ର ରକ୍ଷଣାବେକ୍ଷଣ ଠିକ ଭ।ବରେ କର।ଯିବ। ପ।ଇ ଦ।ବି

ନନ୍ଦପୁର, ୨୨।୧୦

କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍‌ର ୨୩ ପଞ୍ଚାୟତର ଗ୍ରାମାଞ୍ଚଳର ସାହି, ଗାଁ ରାସ୍ତା, ହାଟବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ଆଦି ସ୍ଥାନରେ ଏମ୍‌ପି ଓ ବିଧାୟକ ପାଣ୍ଠିର ବିନିଯୋଗରେ ଷ୍ଟ୍ରିଟ୍ – ଲାଇଟ୍ ସ୍ଥାପନ କରାଯାଉଛି। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅଞ୍ଚଳ ଅନ୍ଧାରମୟ ରହିଥ‌ିବା ଦେଖିବାକୁ ମିଳୁଛି। କେନ୍ଦ୍ର ସରକାରଙ୍କ ଏସ୍ଏଲ୍‌ଏନ୍‌ପି ପାଣ୍ଠି, ରାଜ୍ୟ ସରକାରଙ୍କ ବିକେବିକେ ପାଣ୍ଠି, ବିଜୁ ଜ୍ୟୋତି, ଡିଆର୍‌ଡିଏ, ଆଇଟିଡିଏ, ଡିପିଇପି, ବ୍ଳକ ଓ ପଞ୍ଚାୟତ ପାଣ୍ଠିରୁ ମଧ୍ୟ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ପାଇଁ କୋଟିଏରୁ ଊର୍ଦ୍ଧ ଟଙ୍କା ବ୍ୟୟ ବରାଦ କରାଯାଉଛି। କିନ୍ତୁ ସ୍ଥାପନର କିଛିଦିନ ପରେ ସେଗୁ ସେଗୁଡିକ ଆଉ ଜଳୁନାହିଁ – ଫଳରେ ଗଳିଠୁ ସହର ଅନ୍ଧାରମ ହେଉଛି। ଠିକା ସଂସ୍ଥା ମରା ମରାମତି ଅବଧୂର ପ୍ରତିଶ୍ରୁତି ଦେଇ । ବିଲ୍ ଟଙ୍କା ହାତେଇନେବ ପରେ ଆଉ ପ୍ରତିଶ୍ରୁତି ପାଳନ କରୁନାହିଁ। ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ହେଉନାହିଁ। ଷ୍ଟ୍ରିଟ୍ ଲାଇଟ୍‌ଗୁଡ଼ିକର ଅଚଳାବସ୍ଥା ଅଞ୍ଚଳକୁ ଅନ୍ଧାରମୟ କରିବା ସହ ? ଗାଁ ଗହଳିରେ ବୈଦ୍ୟୁତିକ ବର୍ଜ୍ୟବସ୍ତୁର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି।

ସଦର ଦର ମହକୁମାର ଐତିହାସିକ ବତ୍ରିଶ ସିଂହାସନ ପରିସରରେ ସ୍ଥାପିତ ୫ ଗଳି ଆଲୁଅ ବହୁଦିନରୁ ଅଚଳ ହୋଇରହିଛି। ସନ୍ଧ୍ୟା ହେଲେ ସିଂହାସନ ପରିସର ଅନ୍ଧାର ହେବା ସହୁ ୫ ଖୁଣ୍ଟ ସିଂହାସନର ସୌନ୍ଦର୍ଯ୍ୟ ନଷ୍ଟ କରୁଛି। ନନ୍ଦପୁରର ୭ସାହି ସମେତ ରାଜଦାଣ୍ଡରେ ସ୍ଥାପିତ ୬୦ରୁ ଊର୍ଦ୍ଧ୍ୱ ଷ୍ଟ୍ରିଟ୍ ଲାଇଟ୍ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱ ଲାଇଟ୍ ଜଳୁନାହିଁ । କୋରାପୁଟ ଜିଲ୍ଲା

ପରିଷଦ ମୁଖ୍ୟ ଉନ୍ନୟନ ଅଧିକା (ଡିଆର୍‌ଡିଏ)ଙ୍କ ଦ୍ବାରା ୬୯ ଗ୍ରାମରେ ସ୍ଥାପିତ ୬୯୦ ଲାଇଟ ମଧ୍ୟରୁ ୫ଶହରୁ ଊର୍ଦ୍ଧ ଲାଇଟ ଇଟ ଅଚଳାବସ୍ଥାରେ ରହିଛି। ଏମ୍‌ପି ଓ ବିଧାୟକ ।ୟକ ପାଣ୍ଠିରେ ସ୍ଥାପିତ ୧୦୦ରୁ ଉର୍ଦ୍ଧ ଷ୍ଟ୍ରିଟ୍ ଲାଇଟ ବର୍ଜ୍ୟବସ୍ତୁ ପାଲଟିଛି। ଏହାକୁ ଦେଖ୍ ସ୍ଥାନୀୟ ବୁଦ୍ଧିଜୀବୀ, ଲୋକ ପ୍ରତିନିଧ୍ ଉକ୍ତ । ଗଳି ଗଳି ଆଲୁଅଗୁଡ଼ିକୁ ମରାମତି କରି ସଚଳ କରିବାକୁ ବ୍ୟବସ୍ଥା କରିବାକୁ ଦାବି ହୋଇ ଇଛି। ମରାମତି ଯୋଗ୍ୟ ନ ନ ଥିବା ଲାଇଟ ଓ ଖୁଣ୍ଟ ଦୁହିଁଙ୍କୁ ସ୍ଥାପନ ଜାଗାରୁ ହଟାଇ ଗାଁ ଗାଁ ପରିମଳ ସୁଦୃଢ଼ ସୁଦୃଢ଼ କରିବାକୁ କରିବ ଜିଲା ଓ ରାଜ୍ୟ ପ୍ରଶାସନ ଦୃଷ୍ଟିଦେବାକୁ ଅନୁରୋଧ କରାଯାଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button