District

ପ୍ରଧାନ ମନ୍ତ୍ରୀ ଙ୍କ ଆବ।ସ ଯୋଜନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା

୭୪% ଘର ସମ୍ପୂର୍ଣ୍ଣ

ଜାତୀୟ ହାରଠାରୁ ସାମାନ୍ୟ କମ୍

ଭୁବନେଶ୍ଵର, ୨୧/୧୦

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ ୱାଇ)-ସହରାଞ୍ଚଳ ଓ ପିଏମ୍ଏୱାଲ-ସହରାଞ୍ଚଳ ୨.୦ରେ ଓଡ଼ିଶା ପାଇଁ ୨.୨ ଲକ୍ଷ ଘର ମଞ୍ଜୁର କରାଯାଇଥିଲା। ସେଥିରୁ ୧.୭ ଲକ୍ଷ ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଅର୍ଥାତ ମଞ୍ଜୁର ହୋଇଥିବା ଘରର ୭୪ ପ୍ରତିଶତ ନିର୍ମାଣ ହୋଇସାରିଛି। ଏହି କ୍ଷେତ୍ରରେ ରାଜ୍ୟର ସଫଳତା ହାର ଜାତୀୟ ହାର ୭୫ ପ୍ରତିଶତଠାରୁ ସାମାନ୍ୟ କମ୍ ରହିଛି ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ସର୍ବଭାରତୀୟ ସ୍ତରରେ ପିଏମ୍ଏୱାର ଯୋଜନାରେ ୧.୨ କୋଟି ଘର ମଞ୍ଜୁର କରାଯାଇଥିଲା ସେଥିରୁ ୯୦ ଲକ୍ଷରୁ ଅଧିକ ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି! ଗୁଜରାଟରେ ଘର ନିର୍ମାଣ ସମ୍ପୂର୍ଣ୍ଣ ହାର ୯୪ ପ୍ରତିଶତ, ତାମିଲନାଡୁରେ ୯୦ ପ୍ରତିଶତ, ଉତ୍ତରପ୍ରଦେଶରେ ୮୪ ପ୍ରତିଶତ ଓ କେରଳରେ ୮୩ ପ୍ରତିଶତ ରହିଛି ଆନ୍ଧ୍ରପ୍ରଦେଶ (୫୬%), ବିହାର (୪୩%) ଓ ହରିୟାଣା (୫୪)ରେ ଏହି ଯୋଜନାର ସଫଳତା ହାର ଯଥେଷ୍ଟ କମ୍ ରହିଛି! ଏହି ତିନି ରାଜ୍ୟକୁ ବାଦ ଦେଲେ ଅନ୍ୟ ସବୁ ରାଜ୍ୟରେ ନିର୍ମାଣ ସଫଳତା ହାର ୭୦ ପ୍ରତିଶତରୁ

ଅଧିକ ରହିଛି

ଷ୍ଟେଟ୍ ବ୍ୟାଙ୍କ ରିପୋର୍ଟରୁ ଜଣାପଡ଼ିଛି ଯେ ପିଏମ୍ୱାଇରେ ଘଣ ପାଇଥିବା ପରିବାରଗୁଡ଼ିକର ମାସିକ ଖର୍ଚ୍ଚ ପରବର୍ତ୍ତୀ ସମୟରେ ବୃଦ୍ଧି ପାଇଛି ସେମାନଙ୍କ ଡେବିଟ୍ କାର୍ଡ ଓ ୟୁପିଆଇ କାରବାରକୁ ବିଚାରକୁ ନେଇ ଏହି ନିର୍ଯ୍ୟାସ ବାହାର କରାଯାଇଛି । ଘର ପାଇବା ପୂର୍ବରୁ ପରିବାରଗୁଡ଼ିକର ହାରାହାରି ମାସିକ ୟୁପିଆଇ କାରବାର ୪୦,୦୩୨ ଟଙ୍କା ଥିଲା। ଘର ପାଇବା ପରେ ତାହା ୪୫,୦୮୧ ଟଙ୍କାକୁ ବୃଦ୍ଧି ପାଇଛି ସେହିପରି ଡେବିଟ୍ କାର୍ଡରେ ମାସିକ ହାରାହାରି ଖର୍ଚ୍ଚ ୫୦୯୯ ଟଙ୍କା ରହୁଥିଲା ଯାହା ଘର ପାଇବା ପରେ ୫୨୮୫ ଟଙ୍କାକୁ ବଢ଼ିଛି। ହିସାବରୁ ଜଣାପଡ଼ିଛି ଯେ ୧-୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାରଗୁଡ଼ିକର ମାସିକ ୟୁପିଆଇ ଖର୍ଡ ୩୨୯୮ ଟଙ୍କା ବଢ଼ିଛି। ସେହିପରି ୩-୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାରର ୟୁପିଆଇ ଖର୍ଚ୍ଚରେ ୯୧୬୩ ଟଙ୍କାର ବୃଦ୍ଧି ଘଟିଛି।

ପୁରୁଷ ଓ ମହିଳାଙ୍ଗ ବ୍ୟୟ କ୍ଷମତାକୁ ଅନୁଶୀଳନ ପରେ ଜଣାପଡ଼ିଛି ଯେ ପିଏମ୍ ୱାଇରେ ଘର ପାଇବା ପରେ ମହିଳାମାନଙ୍କ ଦ୍ବାରା କରାଯାଉଥିବା ବ୍ୟୟ

କେଉଁ ରାଜ୍ୟରେ କେତେ ଘର (ଲକ୍ଷରେ)

ରାଜ୍ୟ

ମଞ୍ଜୁର

ยศฐ์

ଗୁଜରାଟ

९०

ତାମିଲନାଡୁ

୬.୭

१.९

ମଧ୍ୟପ୍ରଦେଶ ୯.୮

Γ.Ο

९.४

ଛତିଶଗଡ଼

9.9

ଓଡ଼ିଶା

9.9

९.०

ବିହାର

४.४

९.०

ହରିୟାଣା

९.ना 0.9

ବି ବଢ଼ିଛି ମହିଳାଙ୍କ କ୍ଷେତ୍ରରେ ୟୁପିଆଇ କାରବାରରେ ୭୫୨୨ ଟଙ୍ଗା ବୃଦ୍ଧି ହୋଇଥିବା ବେଳେ ପୁରୁଷଙ୍କ ବ୍ୟୟରେ ୩୯୭୦ ଟଙ୍ଗାର ବୃଦ୍ଧି ହୋଇଛି। ସେହିପରି ମହିଳାଙ୍କ ଡେବିଟ୍ କାର୍ଡ ଖର୍ଚ୍ଚ ୮୧୫ ଟଙ୍କା ବଢ଼ି ୪୯୪୯ ଟଙ୍କା ହୋଇଥିବା ଢେଳେ ପୁରୁଷଙ୍କ ଡେବିଟ୍ କାର୍ଡ ଖର୍ଚ୍ଚ ୮୯ ଟଙ୍କା ହ୍ରାସ ପାଇ ୫୪୩୨ ଟଙ୍କା ହୋଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button