ଟଙ୍କ। ଜମ। କରିବ।ର ଦୁଇ ବର୍ଷ ବିତିଲ।ଣୀ
ଟଙ୍କା ଜମା କରିବାର ୨ ବର୍ଷ ବିତିଲା
ଗଭୀର ନଳକୂଅ ଖୋଳା ହେଲାନି
ପାପଡାହାଣ୍ଡି, ତା୨୧/୧୦
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ରେ ଚାଷୀମାନେ ନିଜ ଚାଷ ଜମିରେ ଗଭୀର ନଳକୂଅ (ଡିପ୍ ବୋରୱେଲ) ଖୋଳିବା ପାଇଁ ଅନ୍ଲାଇନ୍ ଆବେଦନ କରିଥିଲେ। ଏଥିପାଇଁ ସେମାନେ ଓଡ଼ିଶା ଉଠା ଜଳସେଚନ ନିଗମ(ଓଲିକ୍ ନାଁରେ ନାଁରେ ୨୦ ହଜାର ଟଙ୍କା ଜମା କରିଥିଲେ । ଏହାର ୨ ବର୍ଷ ପରେ ବି ସେମାନଙ୍କ ଜମିରେ ଗଭୀର ନଳକୂଅ ଖୋଳାଯାଇ ନାହିଁ । ଫଳରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ଗତ ୨୦୨୩ ମସିହାରେ ନବରଙ୍ଗପୁର ରଙ୍ଗପୁର ଉଠ ଉଠା ଜଳସେଚନ ନିଗମ ପକ୍ଷରୁ ଗଭୀର ନଳକୂଅ ଖୋଳିବାକୁ ଅନଲାଇନ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନ୍ୟ ବର୍ଗର ଲୋକମାନଙ୍କ ପାଇଁ ୨୦ ହଜାର ଟଙ୍କା ଓ ଅନୁସୂଚିତ ଜନଜାତି ଓ
ଦରିଦ୍ର୍ୟ ସୀମାରେଖା ତଳେ ଥିବା ହଜାର ଟଙ୍କା ଚାଷୀଙ୍କ ପାଇଁ ୧୦ ହଜାର ଜମା କରିବାକୁ କୁହାଯାଇଥିଲା। ଏଥିପାଇଁ ଚାଷୀମାନେ ଓଡ଼ିଶା ଉଠାଜଳସେଚନ ନିଗମ ନାଁରେ ୟୁନିୟନ ବ୍ୟାଙ୍କରେ ୨୦ ହଜାର ଟଙ୍କା କରିବାର ୨ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ସେମାନଙ୍କ ଜମିରେ ଗଭୀର ନଳକୂଅ ଖୋଳା ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ବିଷୟରେ ଆମେ ବ୍ଲକ ଅଧୀନରେ ଥିବା କୋଷାଗୁମୁଡ଼ା ଉଠା ଜଳସେଚନ ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରୁ ବର୍ତ୍ତମାନ ଏବେ ଟେଣ୍ଡର ପ୍ରକ୍ରି ପ୍ରକ୍ରିୟା ସରିଛି । ଡିସେମ୍ବର ମାସରେ ପାପଡାହାଣ୍ଡି ବ୍ଲକରେ ଗଭୀର ନଳକୂଅ କାମ ଆରମ୍ଭ ହୋଇଯିବ ବୋନି ବୋଲି କହିଥିଲେ । ଏଣୁ ଜିଲ୍ଲାପାଳ ଏଥିପ୍ରତି ଗୁରୁତ୍ବ ଦେଇ ଚାଷୀମାନ ଗଭୀର ନଳକୂଅ ଶୀଘ୍ର ଖନନ କରିବା ପାଇଁ ପାପଡାହାଣ୍ଡି ବ୍ଲକର ଅନେକ ସୁବିଧ। ହେବ ।