District

ହାଇବ୍ରିଡ ବିହନ ଧାନ ଉଜ।ଡିଦେଲ। ଫସଲ

ହାଇବ୍ରିଡ୍ ବିହନ ଉଜାଡ଼ିଦେଲା ଧାନ ଫସଲ

ଚିନ୍ତାରେ ନନ୍ଦାହାଣ୍ଡିର ଶତାଧିକ ଚାଷୀ

ବିହନ ଆଣିଥିବା କମ୍ପାନିର ସେଲସମ୍ୟାନକୁ ଫୋନ୍ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସରୁଗୁଡ଼ା ଗ୍ରାମରେ ଅଧିକ ଲୋକଙ୍କ କ୍ଷତି ହୋଇଥିବା କହିଛନ୍ତି ହରିହର ଗୌଡ଼, ସୁନାଧର ଗୌଡ଼, ମଧୁ ମାଳି, ମୀନ ମାଳି, ସାହେବ ମାଳି, ଜଗବନ୍ଧୁ ମାଳି, ଈଶ୍ବର ମାଳି,

ନନ୍ଦାହାଣ୍ଡି,୨୧/୧୦: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଚାଷୀମାନେ ଅଧିକ ଅମଳ ହେବା ଆଶା ନେଇ ବିଭିନ୍ନ କମ୍ପାନିର ହାଇବ୍ରିଡ୍ ଧାନ ବିହନ ଆଣି ନିଜ ନିଜର ଜମିରେ ଚାଷ କରିଥିଲେ । ତେବେ ହାଇବ୍ରିଡ୍ ଧାନ ବିହନରେ ଚାଷ କରି ବହୁ ମାତ୍ରାରେ କ୍ଷତି ସହିଲେଣି ବୋଲି ସରୁଗୁଡ଼ା ଗ୍ରାମର ଚାଷୀମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଧାନ ଗଛର କେଣ୍ଡା ଗୁଡ଼ିକ ଶୁଖିଲା ହୋଇପଡ଼ିଛି। ଫସଲରେ ରୋଗ, BIR ମହିସା ହଳଦୀଗୁଣ୍ଡି, ଅଗାଡ଼ି ହେବା ସହ ଧାନ ଗଛ କଳା ହୋଇପଡ଼ୁଛି । ଯ । ହ । ଫଳ ର ଚାଷୀମାନଙ୍କ ଫସଲ ସହ ବର୍ଷକର ରୋଜଗାର ହରାଇଥିବା କହିଛନ୍ତି| ଚାଷୀମାନେ ସିଜେଣ୍ଟା ଏସ୍ ୪୦୦୩, ଭିଏନଆର ୨୩୭୭, ରାଶି ସିଡସ୍ ଭଳି ହାଇବ୍ରିଡ୍ ବିହନ ବ୍ୟବହାର କରି କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ବୁଟିପଦର, ରସିଆଗୁଡ଼ା, ନୂଆଗାଁ, ଘାଟଗୁଡ଼ା ଓ ସରୁଗୁଡ଼ା ଗ୍ରାମର ଚାଷୀମାନେ ଅଭିଯୋଗ କରିଛନ୍ତି। ଆହୁରି ଅନେକ ଗ୍ରାମର ଚାଷୀମାନେ ଏହିଭଳି ଅବସ୍ଥାରେ ଅଛନ୍ତି ବୋଲି କହିଛନ୍ତି । ଏନେଇ ଟଙ୍କଧର ଗୌଡ଼, ଗୋବର୍ଦ୍ଧନ ଗୌଡ଼, କମୁଳୁ ଗୌଡ଼, ପ୍ରଫୁଲ୍ଲ ଗୌଡ଼, ଡମୁ ଗୌଡ଼, ମହନ ହରିଜନ, ହେମନ୍ତ ହରିଜନ ସହ ଅନ୍ୟମାନେ । ଏହି ସମସ୍ୟାକୁ ଗୁରୁତର ସହ ଗ୍ରହଣ କରିବା ସହିତ କୃଷି ବିଭାଗ ପକ୍ଷରୁ ଏହାର ତଦନ୍ତ କରି କ୍ଷତିପୂରଣ ପ୍ରଦାନ କରାଯାଉ। ନଚେତ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବୁ ବୋଲି ଚେତାବନୀ ଦେଇଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button