District

ଫସଲରେ ନେକବ୍ଲାଷ୍ଟ ଓ ମ।ଟିଆଗୁଣ୍ଡ ପୋକ

ଫସଲରେ ନେକବ୍ଲାଷ୍ଟ ଓ ମାଟିଆଗୁଣ୍ଡି ପୋକ

ଧାନ ଅମଳ ହ୍ରାସ ଆଶଙ୍କା, ଚିନ୍ତାରେ ଚାଷୀ

ତେନ୍ତୁଳିଖୁଣ୍ଡି, ୨୦/୧୦: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଡି ବ୍ଲକରେ ଧାନ ଫସଲରେ ନେକବ୍ଲାଷ୍ଟ (ଗଳାଶଡ଼ା) ଓ ମାଟିଆ ଗୁଣ୍ଡି ପୋକ ଲାଗିଛି ଧାନ ଅମଳ ସମୟରେ ଏଭଳି ରୋଗପୋକ ଚାଷୀଙ୍କ ଚିନ୍ତା ବଢେଇଦେଇଛି। ଏନେଇ ଚାଷୀମାନେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ରୋଗର ପ୍ରତିକାର ପାଇଁ ଚାଷୀଙ୍କୁ ପରାମର୍ଶ ଦେଉଥିବା ଜଣାପଡ଼ିଛି।

ତେନ୍ତୁଳିଖୁଣ୍ଡି ବ୍ଲକରେ ଚଳିତ ବର୍ଷ ୬୬୧୦ ହେକ୍ଟର

ଜମିରେ ଧାନ ଓ ୬୫୬୧ ହେକ୍ଟର ଜମିରେ ମକା ଚାଷ ହୋଇଛି ପାଗ ଅନୁକୂଳ ଯୋଗୁଁ ଧାନ ଚାଷ ଉତ୍ତମ ଧରଣର ହୋଇଛି। ହେଲେ ଧାନ ପାଚିବା ସମୟରେ ଫସଲରେ ନେକବ୍ଲାଷ୍ଟ ଓ ମାଟିଆ ଗୁଣ୍ଡି ରୋଗର ଲକ୍ଷଣ ଦେଖାଦେଇଛି। ଏହି ରୋଗ ଦ୍ବାରା ଧାନ ପାଚିବା ପୂର୍ବରୁ ପଲ ସଦୃଶ୍ୟ ହୋଇ ଶୁଖିଯାଉଛି ରୋଗର ପ୍ରତିକାର ବ୍ୟବସ୍ଥା କରାନଗଲେ ଧାନ ଅମଳ ସମ୍ପୂର୍ଣ୍ଣ ହ୍ରାସ ପାଇବ

ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ବିଶେଷକରି ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଅନ୍ତର୍ଗତ ଉଦୟପୁର, ଗୌଡ଼ଗୁଡ଼ା, ଇଚ୍ଛାପୁର, କେନ୍ଦୁଗୁଡା, ଝାଡ଼ବନ୍ଧ, ମହୁଲକୋଟ, ଦିଗୀ, ସଲପା, ପୂଜାରୀଗୁଡ଼ା ଅଞ୍ଚଳରେ ଧାନ ଫସଲରେ ନେକବ୍ଲାଷ୍ଟ ଓ ମାଟିଆ ଗୁଣ୍ଡି ପୋକ ଲାଗିଥିବା ଦେଖିବାକୁ ମିଳିଛି ଉଦୟପୁର ଗ୍ରାମର ଧରଣୀଧର ସିଂହଙ୍କ ୧ ଏକର ଧାନ ଫସଲରେ ନେକବ୍ଲାଷ୍ଟ୍ର ରୋଗ ବ୍ୟାପିବା ଦ୍ବାରା ଚିନ୍ତାରେ ପଡ଼ିଛନ୍ତି। ସେହିପରି କୁମର ପାତ୍ର ୫ ଏକର, ଭାନୁ ରାଓଙ୍କ ୪ ଏକର, ପ୍ରଦୀପ ପାତ୍ରଙ୍କ ୩ ଏକର, ପ୍ରଶାନ୍ତ ଶତପ‌ଥୀଙ୍କ ୨ ଏକର, ଭୀମସେନ ପାଣିଗ୍ରାହୀଙ୍କ ୧ ଏକର ଧାନ ଫସଲରେ ନେକବ୍ଲାଷ୍ଟ ରୋଗ ଲାଗିଥିବା ଅଭିଯୋଗ ଆସିଛି। ସେହିପରି କେନ୍ଦୁଗୁଡ଼ା ଗ୍ରାମର ଲକିନାଥ ମାଝୀ, ସୋମନାଥ ଯାନୀ ସମେତ ଅନେକ ଚାଷୀଙ୍କ ଫସଲରେ ନେକବ୍ଲାଷ୍ଟ ଲାଗିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ କଂଗ୍ରା ଗ୍ରାମର ଅନେକ ଚାଷୀ ଏକ ନିର୍ଦ୍ଦିଷ୍ଟ ଧାନ ବିହନ ବ୍ୟବହାର କରି କ୍ଷତିରେ ପଡ଼ିଥିବା ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନେଇ ବ୍ଲକ କୃଷି ଅଧିକାରୀ ବରୁଣ କୁମାର ଧାନଫୁଲଙ୍କୁ ଯୋଗାଯୋଗ କରିବାରୁ ପ୍ରାୟ ୩୦ ହେକ୍ଟର ଧାନ ଫସଲରେ ମଟିଆଗୁଣ୍ଡି ପୋକ ଏବଂ ୫୭ ହେକ୍ଟର ଫସଲରେ ନେକବ୍ଲାଷ୍ଟ ରୋଗ ହୋଇଛି। କୃଷି ବିଭାଗର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବା ପରେ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button