District

ବାଇକ ମୁହ।ମୁହି ଧକ୍କ। ୩। ମୃତ ଜଣେ ଗୁରୁତର

ବାଇକ୍ ମୁହାଁମୁହିଁ ଧକ୍କା ୩ ମୃତ୍ୟୁ, ଜଣେ ଗୁରୁତର ମାଲକାନଗିରି, ୧୯/୧୦ କୋରୁକୋଣ୍ଡା ମୁଖ୍ୟରାସ୍ନା ନିକଟସୁ ଟେକଗୁଡା ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥ‌ିବା ଜଣାପଡିଛି।

ମାଲକାନଗିରି ପୌରପରିଷଦରୁ ଜଣେ ପୁରୁଷ ଓ ଜଣେ ମହିଳା ଏକ ବାଇକ ଯୋଗ କୋରୁକୋଣ୍ଡା ଅଭିମୁଖେ ଯାଉ ଥିବା ବେଳେ କୋରକୁଣ୍ଡା ରୁ ଆସୁଥ‌ିବା ଏକ ବାଇକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ସ୍ଥଳରେ ରାମକୁମାର (୩୫)ଙ୍କ ମୃତ୍ୟୁ ଘଟିଥ‌ିବା ବେଳେ ବାଇକ ରେ ବସିଥ‌ିବା । ଯମୁନା ଯମୁ ସର୍ଦ୍ଦାର (୨୮), ସୁଳିଆ ଇନ୍ଦିରା କଲୋନୀ ର ମୋହନ ମାଝୀ (୨୩) ଓ ମଧୁ ଜାନି ତିନିଜଣ ଗୁରୁତର ଭାବେ ଆହତ ହୋଇଥିଲେ ଥିଲେ । ମାଲକାନଗିରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଯମୁନା ସର୍ଦ୍ଦାର ଓ ମୋହନ ମାଝୀ ଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ମଧୁ ଜାନି ଆହତ ହୋଇ ଚିକିତ୍ସିତ ହେଉଥ‌ିବା ଜଣାପଡିଛି । ମାଲକାନଗିରି ସଦର କୋରକୁଣ୍ଡା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି । ମୃତଙ୍କ ମଧ୍ୟରୁ ମୋହନ ମାଝୀଙ୍କ ଘର ଇନ୍ଦିରା କଲୋନୀ ବୋଲି ଜଣା ପଡ଼ିଥ‌ିବାରୁ ତାଙ୍କର ଶିବ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ । ମୃତ ରାମ କୁମାର ଓ ମହିଳା ଯମୁନା ଙ୍କ ନିଜ ଘର କେଉଁଠି ସଠିକ ଜଣା ପଡିନଥ‌ିବାରୁ ହସ୍ପିଟାଲ ରେ ସେ ଦୁହିଁଙ୍କ ମୃତ ଶରୀର ସୁରକ୍ଷିତ ଭାବେ ରଖା ଯାଇଛି ବୋଲି କୋରକୁଣ୍ଡା ସଦର ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ ଠାରୁ ପ୍ରକାଶ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button