District

ବିପୁଳ ପରିମାଣର ଦେଶୀମଦ ଓ ମହୁଲ ପୋଚ ଜବତ

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ, ୦୨ ଗିରଫ

ବାରିପଦା : ୧୯/୧o :

ମୟୂରଭଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ବାରିପଦା ଅବକାରୀ ଉପ-ଅଧିକ୍ଷକ ତପସ୍ବିନୀ ନାୟକଙ୍କ ପ୍ରତ୍ୟକ୍ଷ ତ‌ତ୍ତ୍ବାବଧାନରେ ଜିଲ୍ଲା ଭ୍ରାମ୍ୟମାଣ ସ୍କାର୍ଡ଼ ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର କାଣ୍ଡି ଏବଂ ବାରିପଦା ସଦର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ନେତୃତ୍ବରେ ପୋଲିସ ଏ.ପି.ଆର ଷ୍ଟାଫ୍ ମାନଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଟିମ ଦ୍ବାରା ବାରିପଦା ସଦର ଥାନା ଅନ୍ତର୍ଗତ ମହୁଲିଆ ଓ ପୋଡ଼ାଓସ୍ତିଆ ଏବଂ କୁଳିଅଣା ଥାନା ଅନ୍ତର୍ଗତ ଝିଣେଇ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୯୦୩ ଲିଟର ଦେଶୀ ରନ୍ଧା ମଦ ଓ ୧୦୧୦୦ ଲିଟର ମହୁଲ ପୋଚ ଜବତ କରାଯିବା ସହିତ ପୋଡ଼ାଓସ୍ତିଆ ଗ୍ରାମର ପୂଜା ସିଂ ଓ ଝୁନି ସିଂ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୦୬ ଲକ୍ଷ ୯୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ପ୍ରହଲ୍ଲାଦ ବିଶ୍ବାଳ, ଜି.କାମେଶ୍ବର ଓ ଶମ୍‌ଭୁନାଥ ପାତ୍ର, କନେଷ୍ଟବଳ ରଜନୀକାନ୍ତ ବେହେରା, ଅମ୍ବିକା ପ୍ରସାଦ ନାୟକ, ରଞ୍ଜିତ ଷଡ଼ଙ୍ଗୀ, ଦେବରାଜ ସାହୁ, ସମୀର ରଞ୍ଜନ ଜେନା, ସବିତା ମହନ୍ତ, ଲିଜା ପ୍ରଧାନ, ପ୍ରଭାତୀ ମଲ୍ଲ ପ୍ରଭୃତି ସାମିଲ ଥିଲେ । ଏନେଇ ବାରିପଦା ସଦର ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍‌ଜୁ କରାଯାଇଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button