District

ଟୁଙ୍କି ଜଳପ୍ରପାତ ରେ ବୁଡି ୧୮ ବର୍ଷ ଇଞ୍ଜିନିୟରିଂ ଛାତ୍ର ମୃତ

ଟୁଙ୍କି ଜଳ ପ୍ରପାତରେ ବୁଡ଼ି ୧୮ ବର୍ଷୀୟ ଇଂଞ୍ଜିନିୟରିଙ୍ଗ ଛାତ୍ର ମୃତ୍ଯୁ

ବାରିପଦା,୧୯/୧୦

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ ତଥା ଶିମିଳିପାଳ ଅଭୟାରଣ୍ୟ ରେ ଥିବା ଟୁଙ୍କି ଜଳ ପ୍ରପାତରେ ବୁଡ଼ି ଜଣେ ୧୮ ବର୍ଷୀୟ ଇଂଞ୍ଜିନିୟରିଙ୍ଗ ଛାତ୍ରଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ବାରିପଦା ମୁର୍ଗାବାଡ଼ି ଅଞ୍ଚଳର ଅମିତ ପାତ୍ର ଙ୍କ ପୁଅ ସୌମିତ କୁମାର( ୧୮) ଶନିବାର ତାଙ୍କର ସାଙ୍ଗ ଙ୍କ ସହିତ ଟୁଙ୍କି ଜଳପ୍ରପାତ ବୁଲି ବାକୁ ଆସିଥିଲେ । ଜଳ ପ୍ରପାତ ରେ ଗାଧୋଉଥିବା ସମୟରେ ରେ ଅସାବଧାନତା କାରଣରୁ କୁଣ୍ଡରେ ବୁଡ଼ି ଯାଇଥିଲେ । ଘଟଣା ସଂପର୍କରେ ଗ୍ରାମବାସୀ ଜାଣିବା ପରେ ଖୁଣ୍ଟା ଅଗ୍ନିଶମ ବିଭାଗକୁ ସୂଚନା ଦେବା ସହ ସୌମିତଙ୍କୁ ଉଦ୍ଧାର କରିବାପାଇଁ ପ୍ରୟାସ କରାଯାଇ ଥିଲେ ମଧ୍ୟ ଉଦ୍ଧାର କରିବା ଚେଷ୍ଟା କରିଥିଲେ । ପରବର୍ତ୍ତୀ ସମୟରେ ଘଟଣା ସ୍ଥଳରେ ଖୁଣ୍ଟା ଅଗ୍ନୀଶମ

କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭକରିଥିଲେ । ପ୍ରପାତର କୁଣ୍ଡରୁ ପ୍ରାୟ ୧୫ ଫୁଟ ଗଭୀର ମଧ୍ୟରୁ ସୌମିତଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତେବେ ମୃତକ ଜଣକ ବାପମାଆ ଙ୍କ ଏକ ମାତ୍ର ପୁତ୍ର ହୋଇଥିବା ବେଳେ ସେ ଲକ୍ଷ୍ମୀପୋଷୀ ସ୍ଥିତ ମୟୂରଭଞ୍ଜ ସ୍କୁଲ ଅଫ ଇଞ୍ଜିନିୟରିଂ ର ଡିପ୍ଲୋମ ଛାତ୍ର ବୋଲି ଜଣାପଡ଼ିଛି । ମୃତକ ଛାତ୍ରଙ୍କ ପରିବାର ଲୋକେ ଚିକିତ୍ସା କେନ୍ଦ୍ରରେ ପହଞ୍ଚିବା ପରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button